ସୁଟିଙ୍ଗ ସମୟରେ ଆହତ ହଲେ ଶାହାରୁଖ ଖାନ, ଅସ୍ତ୍ରୋପଚାର କରିବାକୁ ପଡିଥିଲା ନାକ

Spread the love

ବଲିଉଡର କିଙ୍ଗ ଶାହରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜୱାନ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଲସ୍ ଆଞ୍ଜେଲସରେ ଏକ ପ୍ରୋଜେକ୍ଟ ପାଇଁ ସୁଟିଂ କରୁଥିବାବେଳେ ଶାହାରୁଖ ଆହତ ହୋଇଥିଲେ। ରକ୍ତସ୍ରାବ ବୃଦ୍ଧି ହେତୁ ଶାହାରୁଖଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଲା।

ମିଡିଆ ରିପୋର୍ଟ ଅନୁଯାୟୀ, ଶାହରୁଖ ଖାନ ଲସ ଏଞ୍ଜେଲସରେ ଏକ ପ୍ରୋଜେକ୍ଟ ପାଇଁ ସୁଟିଙ୍ଗ କରୁଥିଲେ। ସୁଟିଙ୍ଗ ବେଳେ ତାଙ୍କ ନାକରେ ଆଘାତ ଲାଗିଛି । ଆଘାତ ପରେ ତାଙ୍କ ନାକରୁ ରକ୍ତସ୍ରାବ ଆରମ୍ଭ ହେଇଥିଲା, ତେଣୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ରକ୍ତସ୍ରାବ ବନ୍ଦ କରିବା ପାଇଁ ଏକ ଛୋଟ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଏଥିରେ ଚିନ୍ତା କରିବାର କିଛି ନାହିଁ ବୋଲି ଡାକ୍ତର କହିଛନ୍ତି । ଅସ୍ତ୍ରୋପଚାର ପରେ ଶାହରୁଖ ଭାରତ ଫେରିଛନ୍ତି ଏବଂ ଆଘାତରୁ ସୁସ୍ଥ ଅଛନ୍ତି ।

ଚଳିତ ବର୍ଷର ଶାହରୁଖଙ୍କ ପିଲ୍ମ ‘ପଠାନ୍’କୁ ଦେଶରେ ବଭିନ୍ନ ସ୍ଥାନରେ ରୋକ୍ ଲଗାଯିବା ସତ୍ୱେ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 1 ହଜାର କୋଟିରୁ ଅଧିକ ଆୟ କରିଛି । ଶାହାରୁଖଙ୍କ ଆଗାମୀ ଚଳଚ୍ଚିତ୍ର ‘ଜବାନ୍’ ଖୁବ୍ ଶୀଘ୍ର ପରଦାକୁ ଆସିବ । ଏହି ଚଳଚ୍ଚିତ୍ରର ଟ୍ରେଲର ଚଳିତ ମାସରେ ମୁକ୍ତିଲାଭ କରିବ ।

Leave a Reply

Your email address will not be published. Required fields are marked *