ଜହିର ଇକବାଲ ସହ ବିବାହ ଆନୁଷ୍ଠାନିକ କଲେ ସୋନାକ୍ଷୀ

Spread the love

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ସେମାନଙ୍କ ବିବାହ ତାରିଖ ନିଶ୍ଚିତ କରିଛନ୍ତି। ସେମାନଙ୍କ ବିବାହ ନିମନ୍ତ୍ରଣ ମଧ୍ୟ ଜାରି କରିଛନ୍ତି। ଉଭୟ  ଜୁନ୍ ୨୩ ତାରିଖରେ ମୁମ୍ବାଇରେ ବିବାହ କରିବେ। ବିବାହ ନିମନ୍ତ୍ରଣ ପତ୍ର ଏକ ପତ୍ରିକାର କଭର ପରି ଡିଜାଇନ୍ କରାଯାଇଛି। ସେ ସେଥିରେ ଲେଖିଛନ୍ତି ଯେ ‘‘ଯେଉଁ ଗୁଜବ ଏତେ ଦିନ ଧରି ପ୍ରକାଶା ପାଉଥିବା ସେସବୁ ସତ। ଆମେ ଏହାକୁ ଆନୁଷ୍ଠାନିକ କରୁଛୁ। ଡ୍ରେସ୍‌ କୋର୍ଡ ଫାର୍ମାଲ ଓ ଫେଷ୍ଟିଭ୍‌ ହେବା ଜରୁରୀ। କୌଣସି ବି ମତେ ନାଲି ପୋଷାକ ପରିଧାନ କରନ୍ତୁ ନାହିଁ।’’ ଏହା ସହିତ ବିବାହ ତାରିଖ ଜୁନ୍‌ ୨୩ ଓ ସ୍ଥାନ ‘ବାଷ୍ଟିଆନ୍ ଆଟ୍‌ ଦ ଟପ୍‌’ ବୋଲି ଲେଖାଯାଇଛି।

Leave a Reply

Your email address will not be published. Required fields are marked *