ଋଣ ଭାରରେ ବୁଡ଼ି ତଳିତଳାନ୍ତ ହୋଇଗଲେଣି ଅଭିନେତା ଗୁରୁଚରଣ ସିଂ। ତାରକ ମେହେଟ୍ଟା ସିରିଏଲ ଅଭିନେତା ଗୁରୁଚରଣ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଋଣ କରି ସୁଝି ନପାରିବାରୁ ଦୟନୀୟ ସ୍ଥିତି ଦେଇ ଗତି କରୁଛନ୍ତି। ତାଙ୍କର ବେଳା ଏମିତି ଖରାପ ପଡ଼ିଛି ଯେ, ଆଶ୍ରମରେ ଚା ଓ ପକୋଡ଼ି ଖାଇ ଜୀବନ ବିତାଉଛନ୍ତି। କାମ ମିଳୁନଥିବାରୁ ଅସହ୍ୟ ହେଲାଣି ତାଙ୍କ ଅବସ୍ଥା। ଏପ୍ରିଲ ମାସରେ ଗୁରୁଚରଣ ଦିଲ୍ଲୀରୁ କୁଆଡ଼େ ନିଖୋଜ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ମାସକ ପରେ ଫେରିଥିଲେ ଗୁରୁଚରଣ। ତାଙ୍କର ଚାଟ୍ ରୁ ଅନେକ କଥା ଜଣାପଡ଼ିଛି। ସେ ଲେଖିଥିଲେ ଆଜିକୁ ୩୪ ଦିନ ହେଲା ସେ କିଛି ଖାଇନାହାନ୍ତି। କେଉଁଠି କିଛି ମିଳିଲେ ସେ ଖାଇଥାଆନ୍ତି। ଗୁରୁଜୀଙ୍କ ଆଶ୍ରମକୁ ପ୍ରତି ସୋମବାର ଯାଇ ସିଙ୍ଗଡ଼ା, ଆଳୁ ପରାଠା, ଚା ଓ ମିଠା ମିଳୁଥିବାରୁ ଖାଇଥାଏ। ୪ ବର୍ଷ ହେଲା ଯେଉଁ କାମରେ ହାତ ଦେଉଛି ବିଫଳ ହେଉଛି ବୋଲି କହିଛନ୍ତି ଗୁରୁଚରଣ। ଏବେ ଥକିଗଲିଣି। କାମ ମିଳିଲେ ଋଣ ସୁଝିବି। ବ୍ୟାଙ୍କର ଇଏମଆଇ ମିଶି ୫୫ରୁ ୬୦ ଲକ୍ଷ ହୋଇଗଲାଣି।
Naxatra News is now on Whatsapp
Join and get latest news update delivered to you via whatsapp
Join Now