ଫସଲ ବୀମା ନେଇ ବୀମା କମ୍ପାନୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡା ଚେତାବନୀ। ଚାଷୀଙ୍କୁ ହଇରାଣ କଲେ କି ଟାଳଟୁଳ ନୀତି ଦେଖାଇଲେ କଡା ଆକ୍ସନ ନେବେ ସରକାର। କହିଲେ ଫସଲ ବୀମା ନିୟମ କମ୍ପାନୀ ଲାଭ ପାଇଁ ନୁହେଁ। ଏ ସମୟରେ ବୀମା କମ୍ପାନୀମାନେ ଚାଷୀଙ୍କ ପ୍ରତି ସମ୍ୱେଦନଶୀଳ ହେବା ଦରକାର। ୨୪ ତାରିଖ ଯାଏ ୨୦ ହଜାରରୁ ଅଧିକ ଚାଷୀ ବୀମା ପାଇଁ ଆବେଦନ କରି ସାରିଲେଣି। ସେମାନଙ୍କୁ ବୀମା ପ୍ରଦାନ ନେଇ ବୀମା କମ୍ପାନୀ ଗୁଡିକ ଆଇନ ଅନୁଯାୟୀ କାମ କରିବା ଦରକାର। ଇନ୍ସୁରାନ୍ସ କମ୍ପାନୀ ସହ କୃଷି ବିଭାଗ ୨ ଟି ମିଟିଙ୍ଗ କରି ସାରିଲାଣି। ଏହା ସହ ରାଜସ୍ୱ ମନ୍ତ୍ରୀ କହିଛନ୍ତ, ଅନେକ ସ୍ଥାନରେ ଫସଲ ନଷ୍ଟ ହୋଇଛି। ଯାହା ଫଳରେ ମଣ୍ଡି ଖୋଲିବା ତାରିଖ ମଧ୍ୟ ଘୁଞ୍ଚାଇବାକୁ ବାଧ୍ୟ ହେଉଛି। ପରିସ୍ଥିତିକୁ ନଜରରେ ରଖି ପୁଣି ଥରେ ମଣ୍ଡି ଖୋଲିବା ସୂଚୀ ପ୍ରକାଶ ହେବ। ଲଗାତାର ବର୍ଷା ଯୋଗୁଁ ଏଯାଏଁ କ୍ଷୟକ୍ଷତି ଆକଳନ ହୋଇନି। କୃଷି ବିଭାଗ ସହ ଆଲୋଚନା ହୋଇଛି। ସମବାୟ ବିଭାଗର ବି ଭୂମିକା ଅଛି। ୨୮ ତାରିଖରେ ରାଜସ୍ୱ କୃଷି ସମବାୟ ସହ ଅନ୍ୟ ବିଭାଗ ବୈଠକ ରହିଛି। କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ। ତାପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥିତି ନେଇ ଅବଗତ କରାଯିବ। ଯଦି କିଏ ସର୍ଭେରୁ ବାଦ ପଡ଼ିଥିବେ ତାହେଲେ ରାଜସ୍ବ ବିଭାଗ ନିକଟରେ ଅଭିଯୋଗ ବି କରିପାରିବେ। ସରକାର ଅତି ସମ୍ବେଦନ ଶୀଳତା ସହ ସ୍ଥିତି ଉପରେ ନଜର ରଖିଛନ୍ତି। ମନ୍ତ୍ରୀ ବିଧାୟକ ମାନେ ଗ୍ରାଉଣ୍ଡ ଜିରୋରେ ଅଛନ୍ତି। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ମୋହନ ସରକାର ଅତି ସମ୍ବେଦନ ଶୀଳ.
Naxatra News is now on Whatsapp
Join and get latest news update delivered to you via whatsapp
Join Now