ଦକ୍ଷିଣ ଚୀନରେ ଭୟଙ୍କର ବନ୍ୟା, ପ୍ରାଣ ହରାଇଲେଣି ୪୭ ଲୋକ

Spread the love

 ଚୀନର ଦକ୍ଷିଣାଞ୍ଚଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଭୟଙ୍କର କ୍ଷୟକ୍ଷତି ହୋଇଛି। ଭୂସ୍ଖଳନ ଯୋଗୁଁ ଶହ ଶହ ଘର ପାଣିରେ ବୁଡ଼ି ଯାଇଥିବା ବେଳେ ଅନେକ ଘର ଓ ଦୋକାନ ଭୁଶୁଡ଼ି ପଡ଼ିଛି। ଫଳରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ସାମ୍ନାକୁ ଆସୁଛି। ଚୀନର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ପ୍ରବଳ ବନ୍ୟା ଓ ଭୂସ୍ଖଳନରେ ୪୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକ ଆହତ ହୋଇଥିବା ଆଶଙ୍କା କରାଯାଉଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ।

ଦେଶର ଦକ୍ଷିଣଭାଗରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ନଷ୍ଟ ହୋଇଛି ବୋଲି ଚୀନର ସରକାରୀ ଗଣମାଧ୍ୟମ ଶୁକ୍ରବାର ରିପୋର୍ଟ କରିଛି। ଲୋକେ ରାସ୍ତା ଓ ମୁଖ୍ୟ ରାସ୍ତାରୁ ବିଚ୍ଛିନ୍ନ ହେଉଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ରିଲିଫ୍ ଯୋଗାଇବା କଷ୍ଟକର ହୋଇପଡ଼ିଛି। ବନ୍ୟା ଓ ଜଳବନ୍ଦୀ ଯୋଗୁଁ ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ସୃଷ୍ଟି ହେଉଛି। ବହୁ ସଂଖ୍ୟକ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବା ଅନୁମାନ କରାଯାଉଛି। କିଛି ଲୋକ ନିଖୋଜ ଥିବା ସୂଚନା ମିଳିଛି, ଯାହାର ଖୋଜାଖୋଜି ଜାରି ରହିଛି। ସରକାରୀ ପ୍ରସାରଣ ସଂସ୍ଥା ସିସିଟିଭି ଶୁକ୍ରବାର ଅପରାହ୍ନରେ କହିଛି ଯେ ମିଝାଉ ସହରରେ ଆଉ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ସେହି ସହରରେ ଆଉ ୯ ଜଣଙ୍କ ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *