ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ରାଜ୍ୟସଂଘର ଗଞ୍ଜାମ ଜିଲ୍ଲା ସମାବେଶ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପାଚକ ପାଚିକା ରାଜ୍ୟସଂଘର ସଭାପତି ଭାବେ ଯୋଗେନ୍ଦ୍ର ସ୍ବାଇଁ ଯୋଗ ଦେଇଥିଲେ । ଏହି ଅବସରରେ ପାଚକ ପାଚିକାଙ୍କର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରାଯାଇଥିଲା । ପାଚକ ପାଚିକା ମାନେ ବିଦ୍ୟାଳୟରେ ପ୍ରାୟ ୬ଘଣ୍ଟା ଖଟୁଥିବା ବେଳେ ସେମାନଙ୍କୁ ମାତ୍ର ୨ ହଜାର ଟଙ୍କା ମିଳୁଛି । ଗତ କିଛି ଦିନ ପୂର୍ବରୁ ସେମାନଙ୍କୁ ଆଉ ୧ ହଜାର ଟଙ୍କା ଦରମା ବୃଦ୍ଧି କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ପାଚକ ପାଚିକାଙ୍କୁ ମିଳୁନାହିଁ । ୨ ହଜାର ଟଙ୍କାରେ ପରିବାର ଚଳାଇବା ଅତ୍ୟନ୍ତ କଷ୍ଟକର । ତେଣୁ ସରକାର ତୁରନ୍ତ ଦିନକୁ ୪୫୨ ଟଙ୍କା ହିସାବରେ ମାସିକ ୧୩ ହଜାର ୫୦୦ ଟଙ୍କା ଦରମା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ପାଚକ ପାଚିକା । ଏହି ସବୁ ଦାବି ଓ ସମସ୍ୟାକୁ ସରକାର ହୃଦବୋଧ କରି ସମାଧାନ ନ କଲେ ଖୁବଶୀଘ୍ର ବିଧାନସଭା ଘେରାଉ କରିବୁ ବୋଲି ପାଚକ ପାଚିକା ମାନେ ଚେତାବନୀ ଦେଇଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now