ବ୍ୟବସାୟ ପାଇଁ ନା ଆଉ କାହା ପାଇଁ ଚାକିରୀ ଛାଡ଼ିଲେ ଆଇପିଏସ?

ବାପାଙ୍କ ସହ ବ୍ୟବସାୟ ସମ୍ଭାଳିବାକୁ କହି ଆଇପିଏସ ଚାକିରୀ ଛାଡ଼ିଲେ କାମ୍ୟା ମିଶ୍ରା। ଯଦିଓ ବ୍ୟକ୍ତିଗତ କାରଣରୁ ଚାକିରୀ ଛାଡ଼ିଥିବା କହିଛନ୍ତି କାମ୍ୟା। କାମ୍ୟା ବିହାରର ଦରଭଙ୍ଗା ଏସପି ଭାବେ କାର୍ଯ୍ୟରତ ଥିଲେ। କାମ୍ୟାଙ୍କୁ ଲେଡି ସିଂଘମ କୁହାଯାଏ। ୨୦୧୯ରେ ନିଜର ପ୍ରଥମ ପଦକ୍ଷେପରେ ୟୁପିଏସସିରେ ସଫଳତା ପାଇଥିଲେ। ବାପା ମାଆଙ୍କର ଏକମାତ୍ର ସନ୍ତାନ ହେତୁ ବାପାଙ୍କ ବ୍ୟବସାୟିକ ସାମ୍ରାଜ୍ୟ ସମ୍ଭାଳିବାକୁ ଚାକିରୀରୁ ଇସ୍ତଫା ଦେଇଥିବା କଥା ଚର୍ଚ୍ଚା ହେଉଛି। କାମ୍ୟା ପୂର୍ବତନ ମନ୍ତ୍ରୀ ତଥା ଭିଆଇପି ଦଳର ପ୍ରମୁଖ ମୁକେଶ ସାହନିଙ୍କ ବାପା ଜିତନ ସାହନି ମର୍ଡର ମାମଲାର ଯାଞ୍ଚ କରୁଥିଲେ। କାମ୍ୟା ନିଜର କାର୍ଯ୍ୟକାଳ ଭିତରେ ମୁଖ୍ୟମନ୍ତ୍ରୀ ନିବାସ ଓ ସଚିବାଳୟର ସୁରକ୍ଷା ସମ୍ଭାଳିଥିଲେ। କାମ୍ୟାଙ୍କ ସ୍ୱାମୀ ଅଓ୍ୱଧେଶ ସରୋଜ ବି ୨୦୧୯ ବ୍ୟାଚର ଆଇପିଏସ ଅଫିସର। ସେ ଏବେ ମୁଜାଫରପୁରରେ ପୋଷ୍ଟିଂ ଅଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *