ମିଡ଼ିଆ ନାଁରେ ମାନହାନି ବେଳେ ସତର୍କ ରୁହ: କେରଳ ହାଇକୋର୍ଟ

ଅନାବଶ୍ୟକ ବା ମନଇଛା ମାନହାନି ମକଦ୍ଦମା କରନି। ଏହା ପ୍ରେସ୍ ସ୍ୱାଧୀନତା ଉପରେ ପ୍ରହାର। ଗଣମାଧ୍ୟମ ସଂସ୍ଥା ବା ବ୍ୟକ୍ତିଙ୍କ ଉପରେ ମାନହାନି ମକଦ୍ଦମା ରୁଜୁ ବେଳେ ଯଥେଷ୍ଟ ସତର୍କତା ଅବଲମ୍ୱନ କର। ଏମିତି ଢଙ୍ଗରେ ତଳକୋର୍ଟର ବିଚାରପତିଙ୍କ ଉଦ୍ଦେଶ୍ୟରେ ଟିପ୍ପଣୀ ରଖିଛନ୍ତି କେରଳ ହାଇକୋର୍ଟ। ଜଷ୍ଟିସ ଏ.ବଧାରୁଦ୍ଦିନ ହୃଦବୋଧ କରିଛନ୍ତି ଯେ, ନ୍ୟୁଜପେପର ଓ ଗଣମାଧ୍ୟମ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇପିସିର ଧାରା ୪୯୯ ଓ ୫୦୦ ଆଧାରରେ ଅନାବଶ୍ୟକୀୟ ଆଇନଗତ ପ୍ରୋସିଡିଂ କରାଗଲେ। ଏହା ପ୍ରେସ୍ ସ୍ୱାଧୀନତା ଓ ଲୋକଙ୍କ ଜାଣିବାର ଅଧିକାରକୁ ଛଡ଼ାଇନେବା ସଦୃଶ। ସେଥିଲାଗି ଜିଲ୍ଲା କୋର୍ଟରେ ଥିବା କ୍ରିମିନାଲ କୋର୍ଟ ଏ ଦିଗରେ ନିଜ ଆଡ଼ୁ ସଂଜ୍ଞାନ ନେଲା ବେଳେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ମାଲାୟାଲାମ ମନୋରମା ନ୍ୟୁଜପେପର ସାମ୍ୱାଦିକ, ସମ୍ପାଦକ ଓ ନିର୍ଦେଶକଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା ହୋଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *