ଶ୍ରୀରାମ ନବମୀ ପାଇଁ ଅଯୋଧ୍ୟାରୁ ଆସିବ ଆଜ୍ଞାମାଳ

ଭଦ୍ରକ ର ଏତିହ୍ୟ, ପରମ୍ପରା ଓ ସଂସ୍କୃତିର ପରିଚୟ ବହନ କରୁଥିବା ଶ୍ରୀରାମ ନବମୀ ମହୋତ୍ସବକୁ ମହାଆଡମ୍ୱରରେ ପାଳନ ପାଇଁ ଶ୍ରୀରାମ ମହାଯଜ୍ଞ ମହୋତ୍ସବ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂସ୍କୃତି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ପ୍ରମୁଖ ଯୋଗ ଦେଇ ଏଥର ଶ୍ରୀରାମ ନବମୀ ମହୋତ୍ସବ କୁ କିପରି ଚିତ୍ତାକର୍ଷକ କରିହେବ ଜିଲ୍ଲାବାସୀ ଙ୍କ ସହଯୋଗ କାମନା କରିଥିଲେ। ୭ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବ ପାଇଁ ଏଥର ଅଯୋଧ୍ୟାରୁ ଆଜ୍ଞାମାଳ ଆସିବା ନେଇ ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଥିଲେ। ବିଶେଷ କରି ଶ୍ରୀରାମ ନବମୀ ମହୋତ୍ସବରେ ମାତୃଭୂମି ପାଇଁ ଗଣଦୌଡ, ଗୋ ପୁଜନ,ସନ୍ଥ ପୂଜନ, କଳସ ଶୋଭାଯାତ୍ରା, ଆଜ୍ଞାମାଳ ଯାତ୍ରା ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହେବ, ତାହାକୁ ନେଇ ମହାଯଜ୍ଞ ସମିତି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *