ଝାରସୁଗୁଡା ବାସୀ ପାଳିଲେ ଉତ୍କଳ ଦିବସ

ଝାରସୁଗୁଡା ଜିଲ୍ଲା ପ୍ରସାସନ ପକ୍ଷରୁ ଆଜି ଝାରସୁଗୁଡାରେ ଉତ୍କଳ ଦିବସ ପାଳନ କରାଯାଇଛି l ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ଅଧିକାରି, ଉପଜିଲ୍ଲାପାଳ ପ୍ରମୁଖଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡ ଗାନ୍ଧୀଛକ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଓଡିଶାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଜିଲ୍ଲାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଦେଇଛନ୍ତି l ଏହା ସହିତ ଝାରସୁଗୁଡା ଜିଲ୍ଲା ବିଜେଡି ପକ୍ଷରୁ ଆଜି ଝାରସୁଗୁଡାରେ ଉତ୍କଳ ଦିବସ ପାଳନ କରାଯାଇଛି l ବିଜେଡି ସଭାପତି ରବି ସିଂହଙ୍କ ସହ ଜିଲ୍ଲା ବିଜେଡିର ସଦସ୍ୟମାନେ ଝାରସୁଗୁଡା ବଡ଼ମାଲ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଓଡିଶାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଜିଲ୍ଲାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଦେଇଛନ୍ତି l ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଏବଂ ଏହାର ବିକାଶ ପାଇଁ ଓଡିଶାର ସମସ୍ତ ବରପୁତ୍ର ଚିର ସ୍ମରଣୀୟ ବୋଲି ବିଜୁ ଜନତା ଦଳ ଝାରସୁଗୁଡା ପକ୍ଷରୁ ପ୍ରକାଶ କରାଯାଇଛି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *