ଆଫଗାନରେ ଭୂକମ୍ପ ତାଣ୍ଡବ: ୯୫୦ ମୃତ୍ୟୁ, ୬୧୦ ଆହତ

Spread the love

ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ। ଏହି ଭୂମିକମ୍ପରେ ୯୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୧୦ ଜଣ ଆହତ ହୋଇଥିବା ସୂଚନା ରହିଛି। ବପର୍ଯ୍ୟୟ ପରିଚାଳନା ବିଭାଗର ଉପମନ୍ତ୍ରୀ ମୌଲବୀ ଶରଫୁଦ୍ଦିନ ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଭୂକମ୍ପରେ ମୋଟ ୨୫୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ହୋଇଥିଲା ଏହି ଭୂମିକମ୍ପ।

କେବଳ ଆଫଗାନିସ୍ତାନ ନୁହେଁ ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ୬.୧ ରିକ୍ଟର ସ୍କେଲରେ ମପାଯାଇଛି। ୟୁଏସ ଜିଓଲୋଜିକାଲ ସର୍ଭେ ରିପୋର୍ଟ ମୁତାବକ, ଭୂକମ୍ପର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ଦକ୍ଷିଣପୂର୍ବ କ୍ଷେତ୍ର ଥିଲା। ଏହାର ପ୍ରଭାବରେ ଖୋସ୍ତ ଓ ପକ୍ତିକା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ, ଇସଲାମାବାଦ ସମେତ ବାକି ସହରରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି। ଏହା କିଛି ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଏହା ପୂର୍ବରୁ ଶୁକ୍ରବାର ଦିନ ମଧ୍ୟ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା।  ସେତେବେଳେ ଇସଲାମାବାଦ, ପେଶାବର, ରାଓଲପିଣ୍ଡି ଓ ମୁଲ୍ତାନ, ପୈସଲାବାଦ, ଏବଟାବାଦ, ସ୍ବାତ ଆଦି ଅଞ୍ଚଳରେ ଝଟକା ଅନୁଭୂତ ହୋଇଥିଲା।

Leave a Reply

Your email address will not be published. Required fields are marked *