AI AUDIO- ଡିଏମ ବନାମ ସିଏମଓ ବିବାଦ..

କାନପୁରରେ ଡିଏମ ବନାମ ସିଏମଓ ଲଢ଼େଇ ରୋଚକ ମୋଡ଼ରେ ନେଇଛି। କାନପୁରରେ ସରକାରୀ ସଭାରେ ସିଏମଓଙ୍କୁ ଭର୍ତ୍ସନା କରି ଜିଲ୍ଲାପାଳ ତଡ଼ିଦେବା ପରେ ଏ ଘଟଣାକୁ ନେଇ ବିବାଦ ଘନେଇଲାଣି। ଜିଲ୍ଲାପାଳଙ୍କ ବାବଦରେ କୁଆଡ଼େ ବିବାଦୀୟ ବୟାନ ଦେଇଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। ଆଉ ବୈଠକକୁ ଯିବା ମାତ୍ରେ ତୁମେ ତ ମରିଯାଇଥିଲ। ଏଆଇ କି। କେମିତି ପୁଣି ବଞ୍ଚିକି ଆସିଲ ବୋଲି କହି ସିଏମଓଙ୍କୁ ବୈଠକରୁ ତଡ଼ିଦେଇଥିଲେ ଜିଲ୍ଲାପାଳ। କାରଣ ଜିଲ୍ଲାପାଳଙ୍କ ବାବଦରେ ସିଏମଓ କରିଥିବା ଆପତ୍ତିଜନକ ଟିପ୍ପଣୀର ଦୁଇଟି ଅଡ଼ିଓ ଭାଇରାଲ ହୋଇଥିଲା। ଗୋଟିଏ ଅଡ଼ିଓରେ ଜିଲ୍ଲାପାଳଙ୍କ କାର୍ଯ୍ୟଶୈଳୀ ତ ଅନ୍ୟ ଅଡ଼ିଓରେ ଜଣେ ମହିଳାଙ୍କ ସହ ସମ୍ପର୍କକୁ ନେଇ କୁହାଯାଇଛି। ଗଲା ଫେବୃଆରୀ ମାସରେ କାନପୁର ମେଡିକାଲ ହସ୍ପିଟାଲକୁ ନିରୀକ୍ଷଣ କରି ଜିଲ୍ଲାପାଳ ଜିତେନ୍ଦ୍ର ସିଂ କହିଥିଲେ ଯେ, ସିଏମଓଙ୍କ ସମେତ ଅନେକ ଡାକ୍ତର, କର୍ମଚାରୀ ଅନୁପସ୍ଥିତ ଥିଲେ। ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ୧୦୧ ଜଣଙ୍କ ଭିତରୁ ୩୪, ୧୦ ଡାକ୍ତରଙ୍କ ଭିତରୁ ୫, ଆଉଟସୋର୍ସିଂରେ ୮ରୁ ୭ଜଣ ଅନୁପସ୍ଥିତ ଥିଲେ। ନିୟମିତ କର୍ମଚାରୀ ୪୩ ଜଣଙ୍କ ଭିତରୁ ୧୩ ଅନୁପସ୍ଥିତ ଥିଲେ। ସେଦିନର ଦରମାକୁ ସ୍ଥଗିତ ରଖିଥିଲେ ଜିଲ୍ଲାପାଳ। ସେପଟେ ସିଏମଓ ଡାକ୍ତର ହରିଦତ୍ତ ନେମି ସଫେଇ ଦେଇଛନ୍ତି କି, ଭାଇରାଲ ଅଡ଼ିଓ ତାଙ୍କର ସ୍ୱର ନୁହେଁ। କେହି ତାଙ୍କ ଅଡ଼ିଓକୁ ଏଆଇ ଦ୍ୱାରା କରି ଜିଲ୍ଲାପାଳଙ୍କ ଆଗରେ ତାଙ୍କୁ ଦୋଷୀ କରାଇବାକୁ ଷଡ଼ଯନ୍ତ୍ର କରିଛି। ଆଉ ଜିଲ୍ଲାପାଳ ତାଙ୍କୁ ଏଭଳି ଅପମାନିତ କରିଥିବାରୁ ଗଣମାଧ୍ୟମ ଆଗରେ କାନ୍ଦିପକାଇଛନ୍ତି ସିଏମଓ। ଆଉ ଜିଲ୍ଲାପାଳ ତାଙ୍କ ଦ୍ୱାରା ବେଆଇନ କାମ କରାଇବାକୁ କୁଆଡ଼େ ଚାପ ପକାଉଥିଲେ ବୋଲି ସଙ୍ଗୀନ ଆରୋପ ବି ଲଦିଛନ୍ତି। ଏକ ଫାର୍ମା କମ୍ପାନୀର ଟେଣ୍ଡର ଓ ପେମେଣ୍ଟକୁ ନେଇ ପ୍ରତିଶୋଧ ନେଉଛନ୍ତି ଜିଲ୍ଲାପାଳ। ସିଏମଓଙ୍କୁ ହଟାଇବାକୁ ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଫେରାଦ୍ ହୋଇଛନ୍ତି ଜିଲ୍ଲାପାଳ। ଡାକ୍ତରଙ୍କ ବଦଳିରେ ଘୋର ଅନିୟମିତତା କରିଛନ୍ତି ସିଏମଓ ବୋଲି ଆରୋପ ଲଦିଛନ୍ତି ଜିଲ୍ଲାପାଳ। ଯଦି ଅଡ଼ିଓ ସିଏମଓଙ୍କ ନୁହେଁ, ଆଉ ଏହାକୁ ଏଆଇ ଦ୍ୱାରା କେହି ଏଡିଟ୍ କରି ଭାଇରାଲ କରିଛି। ତା ହେଲେ ଆଜି ଯାଏଁ ସିଏମଓ କାହିଁକି ଏତଲା ଦେଇନାହାନ୍ତି ବୋଲି ପ୍ରଶ୍ନ ବି ଉଠୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *