କୁମ୍ଭମେଳାରେ ୟୁଟ୍ୟୁବରଙ୍କୁ ସାଧୁଙ୍କ ମାଡ଼!

ମହାକୁମ୍ଭ ମେଳାରେ ସାଧୁସନ୍ଥଙ୍କୁ ପ୍ରଶ୍ନ ପଚାରି ମାଡ଼ ଖାଉଛନ୍ତି ୟୁଟ୍ୟୁବର। ଭଲ ଭ୍ୟୁ  ଓ ରିଲ୍ସ ଚକ୍କରରେ ଏମିତି ପ୍ରଶ୍ନ କରୁଛନ୍ତି ଯେ, ଅଚାନକ ସାଧୁଙ୍କ କୋପ ଓ ରୋଷର ଶୀକାର ହେବାକୁ ପଡ଼ୁଛି। ସର୍ବସାଧାରଣରେ ଗୋଇଠା ଓ ଚିମୁଟାରେ ମାଡ଼ ଖାଇବା ଯାଏ କଥା ଗଲାଣି। ଏ ଭିଡ଼ିଓ ଜୋରଦାର ଭାଇରାଲ ହେବାରେ ଲାଗିଛି। ଦୁଇଟି ଘଟଣାରେ କେଉଁଠି ବାବା ଅଚାନାକ ରାଗି ଆକ୍ରମଣ ମୁଦ୍ରାରେ ତ କେଉଁଠି ବୁମକୁ ଠେଲି ମାରିବାକୁ ଉଦ୍ୟତ ହେଉଛନ୍ତି। ଭାଇରାଲ ଭିଡ଼ିଓରେ ମହାକାଳ ଗିରି ବାବା ଯିଏ ହଠ ଯୋଗୀ ନାଁରେ ପରିଚିତ। ସେ ସାଧୁଙ୍କୁ ଜଣେ ୟୁଟ୍ୟୁବର କେତେ ଦିନ ହେଲାଣି ସନ୍ୟାସୀ ସମ୍ପ୍ରଦାୟରେ ସାମିଲ ହେଲଣି କହି ପ୍ରଶ୍ନ ପଚାରିବାରୁ ଉତକ୍ଷିପ୍ତ ହୋଇଉଠିଥିଲେ। ଆଉ ହାତରେ ଧରିଥିବା ଚିମୁଟାରେ ପିଟିଚାଲିଲେ। ଗୋଇଠା ମାରିବାକୁ ପଛାଇଲେନି। ମାଡ଼ ଖାଇ ଜୀବନ ବିକଳରେ ଦୌଡ଼ିଥିଲେ ୟୁଟ୍ୟୁବର ଜଣକ।

ସେପଟେ ଆଉ ଜଣେ ବାବା ହେଉଛନ୍ତି ନାଖୁନ୍ ବାବା। ୟୁଟ୍ୟୁବର ଗୋଟିଏ ପ୍ରଶ୍ନକୁ ବାରମ୍ୱାର ପଚାରିବାରୁ ଉତକ୍ଷିପ୍ତ ହୋଇଉଠିଥିଲେ ବାବା। ତା ପରେ ହାତ ଛାଟି ବୁମ୍ ହଟାଇଦେଇ ରାଗିପାଚି ନିଆଁ ହୋଇଯାଇଥିଲେ। ଆଉ ହାତରେ ଧରିଥିବା ଝାଡ଼ୁରେ ପିଟିଲେ। ଆଉ କିଛି ୟୁଟ୍ୟୁବର ତ ସାଧୁଙ୍କ ସିଦ୍ଧି ପରୀକ୍ଷା କରିବାକୁ ପଛାଉନାହାନ୍ତି। ସେଥିଲାଗି ସାଧୁଙ୍କ ରୋଷର ଶୀକାର ହେବାକୁ ପଡ଼ୁଛି। ଏ ଭିଡ଼ିଓ ତାହା ହିଁ ବୟାନ କରୁଛି। ଜଣେ ସାଧୁଙ୍କୁ କପଡ଼ା ହଟାଇ କରିସ୍ମା ଦେଖାଇପାରିବେ ବୋଲି ଚ୍ୟାଲେଞ୍ଜ କରି ଅଡୁଆରେ ପଡ଼ିଥିଲେ ୟୁଟ୍ୟୁବର। ଆଉ ଏଥିଲାଗି ବହେ କଥା ଶୁଣିବାକୁ ପଡ଼ିଥିଲା ବାବାଙ୍କଠୁ।

ଅନାବଶକୀୟ ପ୍ରଶ୍ନ ପଚାରି ସର୍ବସମ୍ମୁଖରେ ଅପମାନିତ ସହ ମାଡ଼ ଖାଇଛନ୍ତି ଦୁ଼୍ଇ ୟୁଟ୍ୟୁବର। ହେଲେ ତା ସହ ସମାନ୍ତରାଳ ପ୍ରଶ୍ନ ବି ଉଠୁଛି। ସାଧୁସନ୍ଥ ଅଚାନକ ଏମିତି କୋପ କରିବା କେତେଦୂର ଗ୍ରହଣୀୟ। ଏହାରି ଭିତରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ହର୍ଷା ରିଚାରିଆଙ୍କୁ କୁମ୍ଭମେଳାରେ ସାଧ୍ୱୀ ବେଶରେ ଦେଖି ସମସ୍ତଙ୍କ ଉତ୍ସୁକତା ବଢ଼ିଛି। ସାଧ୍ୱୀ ବେଶରେ ହର୍ଷା ରଥରେ ଚଢ଼ି କୁମ୍ଭମେଳାରେ ପହଞ୍ଚିବା ପରେ ଅନେକ ଚର୍ଚ୍ଚା ଜୋର୍ ଧରିଛି। ମଥାରେ ତିଳକ, ବେକରେ ଫୁଲମାଳା ପିନ୍ଧି ମେଳାର ସବୁଠୁ ସୁନ୍ଦର ସାଧ୍ୱୀ ଭାବେ ଚର୍ଚ୍ଚାରେ ଅଛନ୍ତି ଅବଶ୍ୟ।  ତେବେ ୨ ବର୍ଷ ହେଲା ସାଧ୍ୱୀ ହୋଇଥିବା ହର୍ଷାଙ୍କର ପୁରୁଣା ଫଟୋ ଓ ଭିଡ଼ିଓ ଯାହାକୁ ସେ ଛୋଟ ପୋଷାକ ପିନ୍ଧି ପୋଜ୍ ଓ ଡ୍ୟାନ୍ସ କରିଥିଲେ, ତାକୁ ବି ଭାଇରାଲ ହେଉଛି। ଗ୍ଲାମରସ ଦୁନିଆରୁ ଆସି ଅଚାନକ ସାଧ୍ୱୀ ବେଶରେ ହର୍ଷା କହିଛନ୍ତି, ସେ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାସ ନନ୍ଦଗିରିଙ୍କ ଶିଷ୍ୟା। ଇନଷ୍ଟାଗ୍ରାମରେ ହର୍ଷାଙ୍କ ଲକ୍ଷ ଲକ୍ଷ ଫଲୋଅର ଅଛନ୍ତି। ହର୍ଷା ନିଜର ୟୁଟ୍ୟୁବ ଚାନେଲକୁ ଜାନୁଆରୀ ୨୦୧୯ରେ ଟ୍ରାଭେଲର ହର୍ଷା ନାଁରେ ନାମିତ କରିଥିଲେ। ଆଙ୍କର, ମଡେଲ ଓ ସେଲିବ୍ରିଟି ହର୍ଷା କୁମ୍ଭମେଳାକୁ ଭିନ୍ନ ବେଶରେ ଆସିବା ଓ ଆଧ୍ୟାତ୍ମିକତାରେ ଅନୁପ୍ରାଣିତ ହୋଇ ସକରାତ୍ମକ ଛବି ସୃଷ୍ଟି କରିଛନ୍ତି।

୧୨ ବର୍ଷ ପରେ ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହୋଇଛି। ଆସ୍ଥା, ଆଧ୍ୟାତ୍ମିକତା ଓ ସଂସ୍କୃତିର ମହାସଙ୍ଗମ ସ୍ଥଳ କମ୍ପୁଛି କୋଟି କୋଟି ଶ୍ରଦ୍ଧାଳୁଙ୍କ ଆଗମନରେ। କିନ୍ତୁ ଏଭଳି କିଛି ଦୃଶ୍ୟ ବି ଭିନ୍ନ କଥା ବୟାନ କରୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *