ଅପହରଣକୁ ନେଇ ଚିକିଟି ରାଜନୀତିରେ ଛକାପଞ୍ଝା । କେଉଁ ଦଳ ସହ ଅଭିଯୁକ୍ତଙ୍କର ସମ୍ପର୍କ ତାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ୪ଜଣକୁ ଅପହରଣ ସହ ଅକଥନୀୟ ନିର୍ଯାତନା ପଛରେ ବିଜେଡ଼ି କର୍ମୀ। ବିଜେଡ଼ି ବିଧାୟକ ପାର୍ଥି ବିଜେପିକୁ ଦୋଷ ଲଦିବାର କିଛି ସମୟ ଭିତରେ ବିଜେଡ଼ିର ହିଁ ଖୋଲିଗଲା ପୋଲ। ବିଜେଡ଼ି ବିଧାୟକ ପାର୍ଥି, ପୂର୍ବତନ ମନ୍ତ୍ରୀ ଓ ବିଜେଡ଼ିର ଛାମୁଆ ନେତାଙ୍କ ସହ ଗିରଫ ବ୍ୟକ୍ତିଙ୍କ ଫୋଟ ଭାଇରାଲ। ଯାହାକୁ ନେଇ ବିଜେଡ଼ି କୁ କଡା ଜବାବ ଦେଲେ ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା। ଦୁଇକୋଟି ଟଙ୍କା ପାଇଁ ନାଗ ଚୋଟ ଭୟ ଦେଖାଇ ଅପହରଣ କରିବା ସହ ୪ଜଣଙ୍କୁ ଅକଥନୀୟ ନିର୍ଯାତନା ଘଟଣାରେ ଏମିତି କିଛି ଆସିଛି ରାଜନୈତିକ ମୋଡ଼। କୌଣସି ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ ଏହି ଅପହରଣ ପଛର ଷଡ଼ଯନ୍ତ୍ର । ବ୍ରହ୍ମପୁର ଚିକିଟିର ଏଭଳି ଚର୍ଚ୍ଚିତ ଲୋମଟାଙ୍କୁରା ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।
୪ଜଣକୁ ଅପହରଣ ସହ ମୁଣ୍ଡ ବନ୍ଧକ ରଖିବା ଘଟଣାରେ ଜଣେ ବିଜେଡ଼ି କର୍ମୀ କୁ ଗିରଫ କରିଛି ପୋଲିସ । ଅପହରଣ କରି ଅକଥନୀୟ ନିର୍ଯାତନା ଦେବା ପଛରେ ଏକାଧିକ ବ୍ୟକ୍ତିଙ୍କ ହାତ ଥିବାବେଳେ, ପୃଥ୍ୱୀରାଜ ସାହୁ ବିଜେଡି ର ବୋଲି ଜଣାପଡିଛି । ଗିରଫ ବ୍ୟକ୍ତିଙ୍କ ସହ ବିଜେଡି ନେତା ମନ୍ତ୍ରୀଙ୍କ ଫୋଟୋ ଥିବା ଜଣାପଡିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ଅପହରଣ ଘଟଣା ସାମ୍ନାକୁ ଆସିବା ପରେ, ଯେଉଁ ସ୍ଥାନରେ ନିର୍ଯାତନା ଦିଆଯାଉଥିଲା ସେଠାରେ ଚାଷ ହୋଇଥିବା ଗଞ୍ଜେଇ ଗଛ ପୋଲିସ ନଷ୍ଟ କରିଥିଲା । ପରେ ବିଜେଡ଼ି ବିଧାୟକ ପାର୍ଥି ଶ୍ରୀରୁପ ଦେବ ଘଟଣାରେ ପ୍ରତିକ୍ରିୟା ଦେଇ ବିଜେପିକୁ ଦୋଷ ଦେଇଥିଲେ । ସେପଟେ ବିଜେଡ଼ି ବିଧାୟକ ପାର୍ଥୀ ଓ ତାଙ୍କ ମାଆ ଅର୍ଥାତ ପୂର୍ବତନ ମନ୍ତ୍ରୀ ଉଷା ଦେବୀଙ୍କ ସହ ବିଜେଡ଼ିର ଛାମୁଆ ନେତାଙ୍କ ସହିତ ଗିରଫ ଯୁବକଙ୍କ ଫୋଟ ଭାଇରାଲ ହେବା ପରେ ବିଜେଡ଼ି କୁ କଡାଜବାବ ଦେଇଥିଲେ ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା।
କିଛିଦିନ ତଳେ ଦିଲ୍ଲୀର ଏକ ବଡ଼ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟ ବ୍ରହ୍ମପୁର ଆସିଥିଲେ । ଲୋନ୍ ଦେବାକୁ ଆସି ଚିକିଟିରେ ଅପହରଣର ଶିକାର ହୋଇଥିଲେ ୪ଏଜେଣ୍ଟ । ସେ ମଧ୍ୟରେ ଦିଲ୍ଲୀ ଏଜେଣ୍ଟଙ୍କ ସହ କଟକ, ଭୁବନେଶ୍ୱର ଅଞ୍ଚଳର ୩ ଜଣ ଥିଲେ । ଅପହରଣକାରୀ ନାଗ ସାପ ଦେଖାଇଲେ, ବନ୍ଧୁକ ପାଟିରେ ଭର୍ତ୍ତି କରି ଡରାଇଲେ, ପାଦ ପାଖେ ଗୁଳି ଫୁଟାଇଲେ, ଟଙ୍କା ମାଗି ଅକଥନୀୟ ନିର୍ଯାତନା ଦେଲେ। ୪ଦିନ ଧରି ଗୃହବନ୍ଦୀ କରି ଅନ୍ଧାର ଘରେ ରଖିଥିଲେ। ନିର୍ଯାତନା ସମ୍ପର୍କରେ ଗୋଟି ଗୋଟି କରି କ୍ୟାମେରା ସାମ୍ନାରେ ବଖାଣିଥିଲେ ପିଡ଼ିତ। ଘଟଣାରେ ୨୦ରୁ ୨୫ଜଣଙ୍କ ସମ୍ପୃକ୍ତି ଥିବା ବେଳେ ପୋଲିସ ୫ଜଣକୁ ଚିହ୍ନଟ କରିଛି । ସେ ମଧ୍ୟରେ ବିଜେଡ଼ି କର୍ମୀ ପୃଥ୍ୱୀରାଜ ସାହୁଙ୍କ ଗିରଫଦାରୀ ପରେ ଘଟଣା ଅନ୍ୟ ଦିଗକୁ ମୁହାଁଇଛି । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଦଣ୍ଡ ମହାରଣା ସହ ପୁରା ପାଞ୍ଚଜଣ କୁ ଧରିବାକୁ ପ୍ରୟାସ କରାଯାଉଛି କହିଛନ୍ତି ବ୍ରହ୍ମପୁର ଏସପି ।
ଗଞ୍ଜାମ କେ. ନୂଆଗାଁ ପୋଲିସ ୪ ଅପହୃତଙ୍କୁ ଉଦ୍ଧାର କରିଛି। ସେପଟେ ଅପହରଣକାରୀ ବିଜେଡ଼ି କର୍ମୀ ଗିରଫ ହୋଇଥିବା ବେଳେ ଏବେ ଚିକିଟି ରାଜନୀତି ରେ ଛକାପଞ୍ଝା ଦେଖାଦେଇଛି। ଅପହରଣ ପଛର ଉଦ୍ଦେଶ୍ୟ ଟଙ୍କା କାରବାର ନା ଆଉ କିଛି ପୋଲିସ ଖୋଳତାଡ଼ ଆରମ୍ଭ କରିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now