ବୋମା ଧମକରୁ ମୁମ୍ୱାଇରେ ଇଣ୍ଡିଗୋର ଏମର୍ଜେନ୍ସି ଲ୍ୟାଣ୍ଡିଂ- ଯାତ୍ରୀ ସୁରକ୍ଷିତ

ବୋମା ଧମକରୁ ମୁମ୍ୱାଇରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କଲା ଇଣ୍ଡିଗୋ ବିମାନ। କୁଏତରୁ ହାଇଦ୍ରାବାଦ ଆସୁଥିଲା ବିମାନ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଉଡ଼ାଣ ବେଳେ ଫ୍ଲାଇଟକୁ ମାନବ ବୋମାରେ ଉଡ଼ାଇଦିଆଯିବ ବୋଲି ଇ-ମେଲ ଧମକରୁ ହଇଚଇ ଖେଳିଯାଇଥିଲା। ଏହି ମେଲ୍ ଦିଲ୍ଲୀ ଏୟାରପୋର୍ଟକୁ ଆସିଥିଲା। ମେଲ୍ ପାଇବା ମାତ୍ରେ ଏୟାରପୋର୍ଟ ପ୍ରଶାସନ ଆଲର୍ଟ ହୋଇଥିଲା। ଆଇ ଇଣ୍ଡିଗୋ ଫ୍ଲାଇଟକୁ ମୁମ୍ୱାଇର ଛତ୍ରପତି ଶିବାଜ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଆପାତକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ଫ୍ଲାଇଡ୍ ରାଡାର ୨୪ ଅନୁସାରେ ଇଣ୍ଡିଗୋ ଏୟାରବସ୍ A321-251NX ରାତି ଗୋଟାଏ ୫୬ ମିନିଟରେ କୁଏତରୁ ଉଡ଼ାଣ ଭରିଥିଲା। ହାଇଦ୍ରାବାଦକୁ ଆସୁଥିଲା। ଧମକପୂର୍ଣ୍ଣ ଇମେଲ୍ ପାଇଁ ଏହାକୁ ଆଜି ସକାଳ ୮ଟା୧୦ରେ ମୁମ୍ୱାଇରେ ଲ୍ୟାଣ୍ଡିଂ କରିବାକି ପଡ଼ିଲା। ସୁରକ୍ଷା ଏଜେନ୍ସି ବିମାନକୁ ଏୟାରପୋର୍ଟର ଆଇସୋଲେସନ ବେ କୁ ପଠାଇଦେଇ ଯାଞ୍ଚ ଆରମ୍ଭ କରିଥିଲେ। ବମ୍ ଡିସପୋଜାଲ ସ୍କ୍ୱର୍ଡ, ସିଆଇଏସଏଫ ଓ ଅନ୍ୟ ତଦନ୍ତ ଏଜେନ୍ସି ଯାଞ୍ଚ କରିଥିଲେ। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଏଯାଏଁ କୌଣସି ସନ୍ଦିଗ୍ଧ ବୋମା ବା ବିସ୍ଫୋଟକ ମିଳିନି। ଯାତ୍ରୀଙ୍କ ଲାଗି ବିକଳ୍ପ ବ୍ୟବସ୍ଥା କରାଯାଉଛି। ଏହା ପୂର୍ବରୁ ନଭେମ୍ୱର ୨୩ରେ ହାଇଦ୍ରାବାଦର ରାଜୀବଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଏକ ଫ୍ଲାଇଟକୁ ବୋମାରେ ଉଡାଇବାକୁ ଧମକ ଦିଆଯାଇଥିଲା। ଏହି ଫ୍ଲାଇଟ୍ ବାହାରିନରୁ ହାଇଦ୍ରାବାଦ ଆସୁଥିଲା। ଧମକ ମିଳିବା ପରେ ବିମାନକୁ ମୁମ୍ୱାଇ ଏୟାରପୋର୍ଟକୁ ଡାଇଭର୍ଟ କରି ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *