ଭାରତକୁ ‘ସ୍ୱଚ୍ଛ, ସ୍ୱାସ୍ଥ୍ୟକର ଓ ବିକଶିତ’ କରିବା ପାଇଁ ରାଷ୍ଟ୍ରପତିଙ୍କ ଆହ୍ୱାନ

ସ୍ୱଚ୍ଛତା ହିଁ ଭାରତକୁ ସୁସ୍ଥ ଓ ବିକଶିତ କରିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଏବଂ ଏ ଦିଗରେ ଆଗେଇ ଆସି ପଦକ୍ଷେପ ନେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଉଜ୍ଜୟନୀରେ ସଫେଇ ମିତ୍ର ସମ୍ମିଳନୀକୁ ସମ୍ବୋଧିତ କରି ମୁର୍ମୁ ମଧ୍ୟପ୍ରଦେଶର ଇନ୍ଦୋର ସହରକୁ କ୍ରମାଗତ ସପ୍ତମ ଥର ପାଇଁ ସ୍ୱଚ୍ଛତା ସର୍ବେକ୍ଷଣରେ ଶୀର୍ଷରେ ରହିବା ଏବଂ ଭୋପାଳକୁ ଦେଶର ସବୁଠାରୁ ସ୍ୱଚ୍ଛ ରାଜ୍ୟ ରାଜଧାନୀ ବୋଲି ପ୍ରଶଂସା କରିଥିଲେ । ସଫେଇ ମିତ୍ରମାନଙ୍କୁ ସମ୍ମାନିତ କରି ସେ ଅତ୍ୟନ୍ତ ଖୁସି ବୋଲି କହିବା ସହିତ ସ୍ୱଚ୍ଛତା ହିଁ ଦେଶକୁ ସୁସ୍ଥ ଓ ବିକଶିତ କରିବ ବୋଲି ମତ ଦେଇଛନ୍ତି । ସ୍ୱଚ୍ଛତା ପାଇଁ ସଫେଇ ମିତ୍ରମାନଙ୍କ ଅବଦାନକୁ ମଧ୍ୟ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *