ଫେସବୁକରେ ବିବାହ ଫଟୋ ଉଜାଡ଼ିଦେଲା ୨ ପରିବାର

ପ୍ରେମ ଆଗରେ ସନ୍ତାନ ପ୍ରେମ ତୁଛ। ୟୁପିରେ ୫ ପିଲାଙ୍କ ମାଆ ୪ ପିଲାଙ୍କ ବାପା ସହ ଫେରାର୍ ହୋଇଗଲେ। ୟୁପିର ସିଦ୍ଧାର୍ଥନଗରରେ ଏକ ବିବାହିତ ଯୋଡ଼ି ନିଜ ନିଜ ସନ୍ତାନ ଓ ଜୀବନସାଥୀଙ୍କୁ ଛାଡ଼ି ପରସ୍ପର ସହ ବିବାହ କରିନେଇଛନ୍ତି। ଦୁହେଁ ଗୋଟିଏ ଗାଁର। ଦୁଇଜଣଙ୍କ ଭିତରେ ବିବାହର କଥା ଫେସବୁକ୍ ପୋଷ୍ଟ ଜରିଆରେ ଉଭୟ ପରିବାର ଜାଣିବାକୁ ପାଇଛନ୍ତି। ଏ ମାମଲା ଏପ୍ରିଲ ୫ ତାରିଖର। ସେଦିନ ଗୀତା ନିଜ ପତି ଓ ପିଲାଙ୍କୁ ଛାଡ଼ି ଟଙ୍କା ଓ ଅଳଙ୍କାର ଧରି ଅଚାନକ ଗାଏବ ହୋଇଗଲେ। ତାଙ୍କ ସ୍ୱାମୀ ଶ୍ରୀଚନ୍ଦଙ୍କୁ ଲାଗିଥିଲେ ଯେ, ବୋଧେ ନିଜ ମାଆ ଘରକୁ ଯାଇଛନ୍ତି ଗୀତା। କିନ୍ତୁ ୩ ଦିନ ପରେ ଗାଁ ଲୋକଙ୍କଠୁ ସେ ଜାଣିବାକୁ ପାଇଥିଲେ ଯେ, ଗୀତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗାଁର ଗୋପାଳ ପଟଓ୍ୱାଙ୍କ ସହ ବିବାହ ମଣ୍ଡପରେ ବିବାହ କରିଛନ୍ତି। ଏ ଖବର ଶୁଣିବା ମାତ୍ରେ ସ୍ତବ୍ଧ ହୋଇଯାଇଥିଲେ ଶ୍ରୀଚନ୍ଦ। ଶ୍ରୀଚନ୍ଦଙ୍କ ୫ ପିଲାଙ୍କ ଭିତରୁ ୪ଟି ଝିଅ ଓ ଗୋଟିଏ ପୁଅ। ବଡ଼ ଝିଅର ବୟସ ୧୯ ବର୍ଷ ଓ ସବୁଠୁ ଛୋଟର ବୟସ ୫ ବର୍ଷ। ମୁମ୍ୱାଇରେ ବଡ଼ାପାଓଁ ବିକୁଥିବା ଶ୍ରୀଚନ୍ଦ ଏବେ ଗାଁରେ ମଜଦୁରୀ କରି ନିଜ ପିଲାଙ୍କ ପ୍ରତିପୋଷଣ କରୁଥିଲେ। ଶ୍ରୀଚନ୍ଦଙ୍କ କହିବା କଥା, ଯେଉଁ ଟଙ୍କା ଓ ଗହଣା ନେଇ ଗୀତା ଯାଇଛନ୍ତି, ଅନ୍ତତଃ ସେତକ ଫେରାଇଦିଅନ୍ତୁ। ଏବେ ଗୀତା ସହ ତାଙ୍କ ପରିବାରର କୌଣସି ସମ୍ପର୍କ ନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *