ଏପଷ୍ଟିନ ଫାଇଲ୍ସ ଉପରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ପ୍ରେସମିଟରେ ସବୁ କଥା କହିବା ସତ୍ତ୍ୱେ ବିରୋଧୀଙ୍କ ପ୍ରଶ୍ନ ସରୁନି। ହରଦୀପ ସିଂ ରାହୁଲଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଏହାକୁ ଭିତ୍ତିହୀନ ବୋଲି କହିବା ସହ ସରକାରଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଥିବାର ଆରୋପ ଲଦିଛନ୍ତି। ପୁରୀ ସ୍ୱୀକାର କରିଥିଲେ, ଜେଫ୍ରି ଏପଷ୍ଟିନଙ୍କ ସହ ୩ରୁ ୪ ଥର ମିଶିଥିଲେ। କିନ୍ତୁ ଏହି ଭେଟଘାଟ ପ୍ରଫେସନାଲ ଥିଲା। କିନ୍ତୁ ଏପଷ୍ଟିନଙ୍କ ଅପରାଧିକ ମାମଲା ସହ ସେ କୌଣସି ପ୍ରକାର ଜଡ଼ିତ ଥିବାର କଥାକୁ ଅସ୍ୱୀକାର କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆରୋପ ଲଦି ରାହୁଲ ଗୃହ ଭିତରେ କହିଥିଲେ ଯେ, ସେ ଏହାକୁ ପ୍ରମାଣିତ କରିଦେବେ। ଆମେରିକାର ଜଷ୍ଟିସ ଡିପାର୍ଟମେଣ୍ଟ ପାଖରେ ଏପଷ୍ଟିନ୍ ମାମଲା ସମ୍ୱନ୍ଧିତ ଫାଇଲ ଅଛି। ଯେଉଁଥିରେ ହରଦୀପ ପୁରୀ ଓ ଅନୀଲ ଅମ୍ୱାନୀଙ୍କ ନାଁ ଅଛି। କାଉଣ୍ଟରରେ ପୁରୀ କହିଥିଲେ, ସେ ୮ ବର୍ଷ ଯାଏ ସଂଯୁକ୍ତ ରାଷ୍ଟ୍ରରେ ରାଜଦୂତ ଭାବେ କାମ କରିଛନ୍ତି। ଏପଷ୍ଟିନ ଫାଇଲ ସହ ଜଡ଼ିତ ପ୍ରାୟ ୩୦ଲକ୍ଷ ଇମେଲ ପୂର୍ବରୁ ସାର୍ବଜନୀନ ରୂପରେ ଉପଲବ୍ଧ ଅଛି। ତାଙ୍କ ନାଁ କିଛି ଇମେଲରେ ଉଠିଥିଲା। ସେ ୨୦୦୯ରେ ସଂଯୁକ୍ତ ରାଷ୍ଟ୍ରରେ ଭାରତର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଥିଲେ। ୨୦୧୭ରେ କେନ୍ଦ୍ର ମନ୍ତ୍ରୀ ହେବା ପର୍ଯ୍ୟନ୍ତ ୮ ବର୍ଷ ଧରି ସେ ଆମେରିକାରେ ଥିଲେ। ୮ ବର୍ଷ ଭିତରେ ଲିଂକଡଇନର ସଂସ୍ଥାପକ ରିଡ୍ ହଫମ୍ୟାନଙ୍କ ସହ ପରିଚୟ ହୋଇଥିଲା। ଏହି ପରିଚୟ ପରେ ସେମାନଙ୍କ ଭିତରେ ହୋଇଥିବା ଆଦାନ ପ୍ରଦାନ ସନ୍ଦର୍ଭରେ ଏକ ଇମେଲ୍ ସାମିଲ୍ ଅଛି। ପୁରା ୮ ବର୍ଷ ଭିତରେ ସେ ୨ରୁ୩ ଥର ବୈଠକ କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now