ବିମାନ ଦୁର୍ଘଟଣା ପଛରେ ଆରଟିଆଇ ଜରିଆରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ଗଲା ୫ ବର୍ଷ ଭିତରେ ଅଚାନକ ବିମାନର ଇଞ୍ଜିନ ବନ୍ଦ ଘଟଣା ୬୫ ଥର ହୋଇଛି। ଡିଜିସିଏ ବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରୁ ଆରଟିଆଇରେ ମିଳିଥିବା ସୂଚନା ଅନୁସାରେ ୧୧ ଥର ମେଡେ କଲ୍ ହୋଇଛି। ଗଲା ୧୭ ମାସରେ ଏୟାରକ୍ରାଫ୍ଟ କକପିଟରୁ ଏହି ତଥ୍ୟ ଆସିଛି ବୋଲି କୁହାଯାଉଛି। ଅର୍ଥାତ୍ ହାରାହାରି ହିସାବ କଲେ ମାସକୁ ଏଭଳି ଥରେ ଅଘଟଣ ଘଟୁଛି। ଇଞ୍ଜିନରେ ତୃଟି ଲାଗି ବଡ଼ ବିପତ୍ତି ଘଟୁଛି। ୨୦୨୦ରୁ ୨୦୨୫ ଭିତରେ ମୋଟ୍ ୬୫ଟି ଘଟଣା ଘଟିଛି। ଯେଉଁଠି ଫ୍ଲାଇଟ୍ ଇଞ୍ଜିନ ସଟଡାଉନ୍ ହୋଇଯାଇଛି। କିନ୍ତୁ ପାଇଲଟଙ୍କ ବୁଦ୍ଧିମତା ଲାଗି ନିକଟବର୍ତ୍ତୀ ବିମାନବନ୍ଦରରେ ନିରାପଦ ଅବତରଣ ହୋଇପାରିଛି। ଜାନୁଆରୀ ୧, ୨୦୨୪ରୁ ମେ ୩୧, ୨୦୨୫ ଭିତରେ। ୧୧ଟି ଫ୍ଲାଇଟରୁ ମେଡେ କଲ୍ ହୋଇଛି। ଟେକ୍ନିକାଲ ତୃଟି ଓ ଏମର୍ଜେନ୍ସି ଲ୍ୟାଣ୍ଡିଂ ପାଇଁ ମେଡେ କଲ୍ ହୋଇଥିଲା। ଅବଶ୍ୟ ଏହି ଡାଟାରେ ଗଲା ଜୁନ୍ ୧୨ ତାରିଖରେ ଲଣ୍ଡନ ଯାଉଥିବା ଏୟାରଇଣ୍ଡିଆ ଫ୍ଲାଇଟ ଯାହା ଅହମଦାବାଦରେ କ୍ରାସ୍ କରିଥିଲା, ଏଥିରେ ସାମିଲ ନୁହେଁ। ଏହା ସହ ଜୁନ୍ ୧୯ରେ ଇଣ୍ଡିଗୋ ଫ୍ଲାଇଟ୍ ଅଚାନକ ଡାଇଭର୍ଟର ତଥ୍ୟ ବି ଅନ୍ତର୍ଭୁକ୍ତ ନୁହେଁ। ୧୧ଟି ଫ୍ଲାଇଟରୁ ୪ଟି ଫ୍ଲାଇଟ୍ ମେଡେ କଲ କରି ହାଇଦ୍ରାବାଦରେ ଲ୍ୟାଣ୍ଡିଂ କରିଥିଲା। ମେଡେ କଲ ସେତେବେଳେ କରାଯାଏ, ଯେତେବେଳେ ପାଇଲଟଙ୍କ ହାତରେ ଆଉ କିଛି ନିୟନ୍ତ୍ରଣ ନଥାଏ। ଯେମିତିକି ଏୟାରକ୍ରାଫ୍ଟରେ ନିଆଁ ଲାଗିବା, ଇଞ୍ଜିନ୍ ଫେଲ୍ ମାରିବା, ଏମର୍ଜେନ୍ସି ଲ୍ୟାଣ୍ଡିଂର ଆବଶ୍ୟକତା ଥାଏ।

Naxatra News is now on Whatsapp
Join and get latest news update delivered to you via whatsapp
Join Now