ଭାରତୀୟ ଟିମର ପୂର୍ବତନ କ୍ରିକେଟର ତଥା କୋଚ୍ ସଞ୍ଜୟ ବାଙ୍ଗରଙ୍କ ପୁଅ ଆର୍ୟନ ଏବେ ଅନାୟା। ନିଜ ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହୋଇଛନ୍ତି। ଇନଷ୍ଟାଗ୍ରାମରେ ଭିଡ଼ିଓ ସେୟାର ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା। ଆର୍ଯ୍ୟନ ଇଂଲଣ୍ଡରେ ହରମୋନ ଟ୍ରାନ୍ସପ୍ଲାଣ୍ଟ୍ କରିଥିଲେ। ଲିଙ୍ଗ ପରିବର୍ତ୍ତନ ପୂର୍ବରୁ କ୍ରିକେଟ ଜଗତକେ ସେ ଆର୍ଯ୍ୟନ ବାଙ୍ଗର ଭାବେ ଜଣା ଥିଲେ। ଆର୍ଯ୍ୟନ ଇଂଲଣ୍ଡ ପାଇଁ କ୍ଲବ ଲେବୁଲ କ୍ରିକେଟ ଖେଳିଥିଲେ। ଭାରତର ଯୁବ ଖେଳାଳୀ ୟଶସ୍ୱୀ ଜୟସଓ୍ୱାଲଙ୍କ ସହ ବି ଅଣ୍ଡରଏଜ୍ ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି। କିନ୍ତୁ ଏବେ ନିଜର ନୂଆ ପରିଚୟ ପାଇଛନ୍ତି। ପାରମ୍ପରିକ ଭାରତୀୟ ବସ୍ତ୍ର ସାଲଓ୍ୱର କୁର୍ତ୍ତା ଓ ଦୁପଟା ପିନ୍ଧି ଇନଷ୍ଟାଗ୍ରାମରେ ନିଜର ନୂଆ ଚେହେରାକୁ ସେୟାର କରିଛନ୍ତି। ନିଜର ଲୁକ୍ ତ ବଦଳାଇଦେଇଛନ୍ତି। ଏହା ସହ ନିଜ ବନ୍ଧୁମାନଙ୍କ ସହ ସମୟ ବି ବିତାଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now