ସୂଚନା ମୁତାବକ, ବିହାରର ଏକ ପରିବାର ବିହାରରୁ ଗୋଆ ଯାଉଥିଲେ । ହେଲେ ଗୁଗଲ ମ୍ୟାପର ଭୁଲ୍ ନେଭିଗେସନ୍ ହେତୁ କର୍ଣ୍ଣାଟକ ର ବେଲାଗାଭି ଜିଲ୍ଲାର ଖାନପୁର ଅଞ୍ଚଳର ଜଙ୍ଗଲରେ ସେମାନଙ୍କୁ ରାତି କଟାଇବାକୁ ପଡ଼ିଥିଲା । ସର୍ଟକଟ୍ ରାସ୍ତା ପାଇଁ ସେମାନେ ଗୁଗଲ ମ୍ୟାପ୍ର ବ୍ୟବହାର କରିଥିଲେ । ମ୍ୟାପ୍ରେ ଶିରୋଲି ଏବଂ ହେମାଡାଗା ନିକଟ ଜଙ୍ଗଲ ଦେଇ ଏକ ଛୋଟ ମାର୍ଗକୁ ନିର୍ଦ୍ଦେଶ ଦେଇଥିଲା । ବିପଦ ବିଷୟରେ କୌଣସି ଧାରଣା ନଥିବା ବେଳେ ପୂରା ପରିବାର ପ୍ରାୟ ଆଠ କିଲୋମିଟର ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ପ୍ରବେଶ କରିଥିଲେ ।ଏହା ପରେ ଘଞ୍ଚ ଜଙ୍ଗଲ ଭିତରେ ସେମାନେ ବାହାରକୁ ଯିବା ପାଇଁ ବାଟ ପାଇ ନଥିଲେ । କେବଳ ସେତିକି ନୁହେଁ ମୋବାଇଲ୍ ନେଟ୍ୱର୍କ କନେକ୍ସନ ନଥିବାରୁ ବାହାର ଲୋକଙ୍କ ସହିତ ଯୋଗାଯୋଗ ମଧ୍ୟ ହୋଇପାରି ନଥିଲା । ବାହାରକୁ ବାହାରିବା ପାଇଁ ଅନେକ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରି ନଥିଲେ । ତେଣୁ ଭୟଭୀତ ହୋଇ ନିଜ କାର୍ରେ ରାତି କାଟିବାକୁ ବାଧ୍ୟ ହୋଇଥିଲେ ।ପରଦିନ ସକାଳେ ୪ କିଲୋମିଟର ଚାଲିବା ପରେ ମୋବାଇଲ୍ ନେଟୱାର୍କ ପାଇଥିଲେ । ଏହା ପରେ ଜରୁରୀକାଳୀନ ହେଲ୍ପଲାଇନ ନମ୍ବରକୁ ଫୋନ କରି ସହାୟତା ମାଗିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲରେ ଫସି ରହିଥିବା ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now