ବରଯାତ୍ରୀ ସାଙ୍ଗରେ ବାହାରିଥିଲେ ବାହା ହେବାକୁ। କିନ୍ତୁ ଅଚାନକ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଦେଲେ ବର। ଆମେଥିରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଶୁକ୍ରବାର ସଂଧ୍ୟାରେ ବରଯାତ୍ରୀ ବାହାରିଥିଲା। ଘରୁ ୪୫ କିଲୋମିଟର ଦୂରରେ ଚଳନ୍ତା କାରରୁ ବ୍ୟାଗ୍ ନେଇ କୁଦି ପଡ଼ିଥିଲେ। କେହି କିଛି ବୁଝିବା ଆଗରୁ ଓଭରବ୍ରିଜ୍ ଉପରେ ଚଢ଼ିଯାଇଥିଲେ। ଏହା ପରେ କୁଆଡ଼େ ଗାଏବ ହୋଇଯାଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟା କାଳ ଏପଟସେପଟ ହୋଇ ଶେଷରେ ମାଲବାହୀ ଟ୍ରେନ୍ ଆଗକୁ ଡେଇଁପଡ଼ିଥିଲେ। ଆମେଥିର ଗୌରୀଗଞ୍ଜ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ବରଯାତ୍ରୀ ରାଏବରେଲିରୁ ମଉ ଯାଉଥିଲା। ସେପଟେ ବିବାହ ଲାଗି ଅପେକ୍ଷା କରିଥିବା କନ୍ୟା ପକ୍ଷ ଏ କଥା ଶୁଣିବା ପରେ ସ୍ତବ୍ଧ ହୋଇଯାଇଥିଲେ। ମଙ୍ଗୁଳା କନ୍ୟା କାନ୍ଦି କାନ୍ଦି ଅଚେତ ହୋଇପଡ଼ୁଥିଲେ। ତେବେ ସୁଇସାଇଡର କାରଣ ସ୍ପଷ୍ଟ ହୋଇନି। ରବି ଯାଦବ ନାମକ ଯୁବକର ବିବାହ ତାଙ୍କ ଇଛାରେ ହେଉଥିଲା ବୋଲି ପରିବାର ଲୋକେ କହିଛନ୍ତି। ରବିଙ୍କର କାହା ସହ କୌଣସି ପ୍ରେମ ସମ୍ପର୍କ ବି ନଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now