ୟୁପିର ବିଜନୌରରୁ ଆସିଛି ଅଭାବନୀୟ ଘଟଣା। ବରର ଜୋତା ଚୋରୀର ପାରମ୍ପରିକ ରୀତିନୀତିକୁ ଦେଇ ବୋବାଲ ପରିସ୍ଥିତି ସୃଷ୍ଟି ହୋଇଛି। ଜ୍ୱାଇଁଙ୍କୁ ଶାଳୀ ଭିକାରୀ କହିଦେବାରୁ କଥା ବିଗିଡ଼ିଗଲା। ଭିଣୋଇଙ୍କ ଜୋତା ଲୁଚାଇ ସେ ବାବଦରେ ୫୦ହଜାର ଟଙ୍କା ଦାବି କରିଥିଲେ ଶାଳୀ। କିନ୍ତୁ ଯେତେବେଳେ ବର ୫ ହଜାର ଟଙ୍କା ଦେବାକୁ କହିଲେ, ତାଙ୍କୁ ଭିକାରୀ ବୋଲି କହିଥିଲେ ଶାଳୀ। ବାସ୍ ଏହାକୁ ନେଇ ଦୁଇ ପକ୍ଷ ଭିତରେ ହଙ୍ଗାମା ଆରମ୍ଭ ହୋଇଗଲା। ସ୍ଥିତି ଏମିତି ହେଲା ଯେ, ବର ପକ୍ଷ ବରଯାତ୍ରୀଙ୍କୁ ବନ୍ଧକ ରଖିଦେଲେ। ବର, ତାଙ୍କ ଭାଇ ଓ ବାପାଙ୍କୁ ପ୍ରବଳ ପିଟିଥିବା ଅଭିଯୋଗ ହୋଇଛି। ଦେହରାଦୁନର ନିବାସୀ ନିସାର ଅହମ୍ମଦଙ୍କ ପୁଅ ମହମ୍ମଦ ସାବିରଙ୍କ ବିବାହର ଗଢ଼ମଲପୁର ନିବାସୀ ଖୁର୍ସିଦଙ୍କ ଝିଅଙ୍କ ସହ ସ୍ଥିର ହୋଇଥିଲା। ସକାଳୁ ବରଯାତ୍ରୀ ପହଞ୍ଚିବା ପରେ ନିକାହ ପରେ ବିବାହ ଲାଗି ନୀତିକାନ୍ତି ଆରମ୍ଭ ହୋଇସାରିଥିଲା। ଏତିକିବେଳେ ବରର ଜୋତା ଫେରାଇବାକୁ ୫୦ହଜାର ଟଙ୍କା ଦାବି କରିଥିଲେ ଶାଳୀଜଣକ। ସେପଟେ କନ୍ୟାପକ୍ଷର କହିବା କଥା, ଏହା ସମ୍ପୂର୍ଣ୍ଣ ମିଛ। ବର ପକ୍ଷ ପାଲଟା ଯୌତୁକରେ ସ୍ୱିଫ୍ଟ କାର୍ ମାଗିଥିଲେ। ଏହାକୁ ନେଇ କନ୍ୟା ପକ୍ଷ ୨ଲକ୍ଷ ଟଙ୍କାର ଚେକ୍ ବି ଦେଇଥିଲେ। କିନ୍ତୁ ଏତିକି କଅଣ ଦେଉଛ କହି ବରପକ୍ଷ ଅପଶବ୍ଦ ପ୍ରୟୋଗ କରିଥିଲେ। ଯାହାକୁ ନେଇ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା।


Naxatra News is now on Whatsapp
Join and get latest news update delivered to you via whatsapp
Join Now