ପହଲଗାମ ଆତଙ୍କି ଆକ୍ରମଣ ପଛରେ ବଡ଼ ତଥ୍ୟ ପଦାକୁ ଆସିଛି। ଗୁଇନ୍ଦା ଏଜେନ୍ସି ମୁତାବକ ମାଷ୍ଟରମାଇଣ୍ଡ ପାକିସ୍ତାନର ପୂର୍ବ ଏସଏସଜି କମାଣ୍ଡର ହାସିମ୍ ମୁସାଙ୍କ ସଂପୃକ୍ତି ରହିଛି। ମୁସା ଏବେ ଲସ୍କର-ଏ-ତୋଏବା ପାଇଁ କାମ କରୁଛନ୍ତି। ମୁସା ଉପରେ ୨୦ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା ହୋଇଛି। ଲସ୍କର ମୁସାଙ୍କୁ ଜମ୍ମୁକଶ୍ମୀର ପଠାଇଥିଲା। ଯେମିତି ସୁରକ୍ଷାବଳ ଓ ବାହାର ଲୋକଙ୍କୁ ଆକ୍ରମଣ କରିବାକୁ ମଉକା ପାଇବେ। ମୁସା ଗାନ୍ଦରଓ୍ୱାଲର ଗଗନଗିରରେ ଅକ୍ଟୋବର ୨୦୨୪ରେ ଆକ୍ରମଣ ପଛର ମାଷ୍ଟରମାଇଣ୍ଡ୍ ଥିଲା। ଏଥିରେ ଅନେକ ମଜଦୁର୍ ଆଉ ଏକ ସ୍ଥାନୀୟ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା। ବାରାମୁଳା ଆକ୍ରମଣରେ ବି ମୁସାର ସଂପୃକ୍ତି ଥିଲା। ଏଥିରେ ୨ ଆର୍ମି ଯବାନ ଓ ୨ ଜଣ ପୋର୍ଟର୍ସଙ୍କ ମୃତ୍ୟୁ ହୋଇଥିଲା। ଏହାରି ଭିତରେ ସ୍ଥାନୀୟ ଲୋକଙ୍କ ସଂପୃକ୍ତିର କଥା ବି ସାମ୍ନାକୁ ଆସିଛି। ଅହମଦାବାଦର ରିଷି ଭଟ୍ଟ ପହଲଗାମରେ ରୋପ୍ ଓ୍ୱେରେ ଯିବା ଆଗରୁ ସେଲଫି କାଢ଼ିଥିଲେ। କିନ୍ତୁ ତାଙ୍କ ପଛପଟେ ଥିବା ରୋପ୍ ଓ୍ୱେ ପରିଚାଳକ ଆହ୍ଲା ହୁ ଆକବର ବୋଲି ୩ଥର କହିଥିଲେ। ସେତେବେଳକୁ ତଳେ ଆତଙ୍କବାଦୀ ଗୁଳି କରୁଥିଲେ। ରିଷି ଭଟ୍ଟ ଜିପ୍ ଲାଇନରେ ଝୁଲି ସେଲଫି ନେଉଥିଲା ବେଳେ ତଳେ ଆତଙ୍କିଙ୍କ ଗୁଳିରେ ଟଳି ଚାଲିଥିଲେ ପର୍ଯ୍ୟଟକ। ଆତଙ୍କବାଦୀଙ୍କ ସହ ହାତ ମିଳାଇଥିଲା ରୋପ ଓ୍ୱେ ଅପରେଟର। ତଳେ ଲୋକଙ୍କ ଶବ ଦେଖି ରିଷି ଜିପଲାଇନର ହୁକ୍ ଖୋଲି ୨୦ଫୁଟ୍ ଉଚ୍ଚରୁ ଡେଇଁ ନିଜ ପତ୍ନୀ ଓ ପିଲାଙ୍କ ଜୀବନ ଏକ ଗାତରେ ପଶି ବଞ୍ଚାଇଥିଲେ। ଏନଆଇଏ ସଂପୃକ୍ତ ଜିପଲାଇନ୍ ଅପରେଟରଙ୍କୁ ହେପାଜତକୁ ନେଇ ପଚରାଉଚୁରା ଜାରି ରଖିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now