ୟୁପିର ସନ୍ଥ କବିର ନଗରରୁ ଆସିଛି ଅଭାବନୀୟ ଘଟଣା। ପତ୍ନୀ ସହ ପ୍ରେମିକର ବିବାହ ନିଜେ କରାଇଲେ ପତି। ଦୁଇ ପିଲା ଓ ପତିଙ୍କୁ ଛାଡ଼ି ନିଜ ପ୍ରେମିକର ହାତ ଧରିଛନ୍ତି ମହିଳା। କିନ୍ତୁ ବଡ଼ କଥା ହେଲା, ଏହି ବିବାହ ମହିଳାଙ୍କ ପତି କରାଇଛନ୍ତି। ଦୁଇ ପିଲାଙ୍କ ଦାୟିତ୍ୱ ସେ ସମ୍ଭାଳିନେବେ କହି ପତ୍ନୀଙ୍କୁ ତାଙ୍କ ପ୍ରେମିକ ସହ ଜୀବନ ଜିଇଁବାକୁ ଛାଡ଼ିଛନ୍ତି ପତି। ଆଗ ସ୍ୱାମୀ ଜଣକ ପତ୍ନୀ ସହ ଛାଡ଼ପତ୍ରର ନୋଟାରୀ କରିଥିଲେ ଆଉ ତା ପରେ ଏକ ମନ୍ଦିରରେ ତାଙ୍କ ପ୍ରେମିକ ସହ ବିବାହ କରାଇଦେଇଥିଲେ। ସଂପୃକ୍ତ ମହିଳାଙ୍କ ବିବାହ ୨୦୧୭ରେ ହୋଇଥିଲା। ସେମାନଙ୍କ ଦୁଇଟି ସନ୍ତାନ ବି ଅଛନ୍ତି। ଏହାରି ଭିତରେ ମହିଳା ଜଣକ ଗାଁରେ ରହୁଥିବା ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଯେତେବେଳେ ଏ କଥା ପତିଙ୍କୁ ଜଣାପଡ଼ିଥିଲା। ସେ ଆଗ ପତ୍ନୀଙ୍କୁ ବୁଝାଇଥିଲେ। କିନ୍ତୁ ପତ୍ନୀ କଥା ନ ମାନିବାରୁ ପୁରା ଗାଁ ବାଲାଙ୍କ ସାମ୍ନାରେ କହିଥିଲେ, ପତ୍ନୀ ତାଙ୍କ ସହ ରହିବେ ନା ନିଜ ପ୍ରେମିକ ସହ ରହିବେ। ଏ ନିଷ୍ପତ୍ତି ନିଅନ୍ତୁ। କିନ୍ତୁ ମହିଳା ଜଣକ ଜବାବ ଦେଇଥିଲେ ଯେ, ସେ ନିଜ ପ୍ରେମିକ ସହ ରହିବାକୁ ଚାହାଁନ୍ତି। ଆଉ ଏ କଥା ଶୁଣିବା ପରେ ସ୍ୱାମୀ ଜଣକ ରାଜି ହେବା ଛଡ଼ା ଚାରା ନଥିଲା। ଦୁଇ ପିଲାଙ୍କୁ ସେ ପାଳିବେ ବୋଲି କହିବା ସହ ତାଙ୍କ ସମୁଖରେ ହିଁ ବରମାଳା ପନ୍ଧିଥିଲେ ପତ୍ନୀ ଓ ପ୍ରେମିକ। ସ୍ୱାମୀ ବବଲୁ କାମ ଧନ୍ଦା ଅନ୍ୱେଷଣରେ ପ୍ରାୟ ଘରୁ ବାହାରେ ରହୁଥିଲେ। ଏତିକିବେଳେ ପତ୍ନୀ ରାଧିକା ସହ ଗାଁର ଜଣେ ଯୁବକଙ୍କ ସହ ଘନିଷ୍ଠତା ବଢ଼ିଥିଲା। ଆଉ ଶେଷରେ ପତ୍ନୀ ଓ ପ୍ରେମିକକୁ ଆଜୀବନ ବନ୍ଧନରେ ବାନ୍ଧିଦେଇଥିଲେ ପତି।


Naxatra News is now on Whatsapp
Join and get latest news update delivered to you via whatsapp
Join Now