ପ୍ରୟାଗରାଜ ମହାକୁମ୍ଭ ମେଳାର ଭାଇରାଲ ଆଇଆଇଟି ବାବା ଏବେ ବାସନ୍ଦ ହୋଇଛନ୍ତି । ସେ ରହୁଥିବା ଜୁନା ଆଖଡ଼ାରୁ ବାବା ଅଭୟ ସିଂହଙ୍କୁ ବହୃଷ୍କୃତ କରାଯାଇଛି । ତାଙ୍କ ଗୁରୁ ମହନ୍ତ ସୋମେଶ୍ୱରୀ ପୁରୀ ଗାଳିଗୁଲଜ କରିଥିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାସହିତ ବାବା ଅଭୟଙ୍କ ଆଖଡ଼ାରେ ପ୍ରବେଶ ଉପରେ କଟକଣା ଲଗାଯାଇଛି ।ଜୁନା ଆଖଡ଼ାର ମୁଖ୍ୟ ମହନ୍ତ ଗିରି କହିଛନ୍ତି ଯେ, ବାବା ଅଭୟ ନିଜ ଗୁରୁଙ୍କୁ ଅସମ୍ମାନ କରିଛନ୍ତି । ଯାହା ଆମର ସନାତନ ଧର୍ମ ଏବଂ ଜୁନା ଆଖଡ଼ା ନିୟମ ବିରୋଧୀ । ଏହି ଆଖଡ଼ା କିଛି ନିୟମ ଓ କାନୁନ୍ ରେ ଚାଲିଥାଏ । ଏଠାରେ ଅବହେଳାକୁ ବରଦାସ୍ତ କରାଯିବନାହିଁ । ନିୟମ ଉପରେ କେହି ନୁହଁ । ତେଣୁ ତାଙ୍କ ବିରୋଧରେ ଆଖଡ଼ା କମିଟି ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଖଡ଼ାରୁ ବାସନ୍ଦ ହେବା ସହ କିଛି କଟକଣା ମଧ୍ୟ ଲଗାଯାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now