ଇମ୍ରାନ ଖାନ୍ ଜୀବିତ ନା ମୃତ। ଇମ୍ରାନଙ୍କୁ ଜେଲରେ ହତ୍ୟା କରାଯାଇଛି। ଆଜି ଆଉ ଥରେ ଏ ଗୁଜବକୁ ନେଇ ଇସଲାମାବାଦ ହାଇକୋର୍ଟ ବାହାରେ ପାକିସ୍ତାନୀ ତହରିଫ୍-ଏ-ଇନସାଫ ବା ପିଟିଆଇ ଦଳର କର୍ମୀ, ସାଂସଦ ଓ ନେତାଙ୍କ ପ୍ରବଳ ସମାଗମ ହୋଇଥିଲା। ସରକାର ବିରୁଦ୍ଧରେ ନାରାବାଜି କରିଥିଲେ। ଆଦିୟାଲା ଜେଲ ବାହାରେ ଇମ୍ରାନଙ୍କ ସମର୍ଥକ ତାଙ୍କ ମୁକ୍ତି ଦାବିରେ ପ୍ରଦର୍ଶନ କରିଥିଲେ। ନଭେମ୍ୱର ୪ ପରଠୁ ପରିବାରର କାହାକୁ ବା ତାଙ୍କ ଓକିଲଙ୍କୁ ଇମ୍ରାନଙ୍କ ସହ ଆଦିୟାଲା ଜେଲ ଭିତରେ ଭେଟିବାକୁ ଦିଆଯାଉନି। ଏହା ବିରୁଦ୍ଧରେ ତାଙ୍କ ଉଭଣୀ ସମର୍ଥକଙ୍କ ସହ ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ଆନ୍ଦୋଳନକୁ ଦେଖି ପ୍ରଦର୍ଶନକାରୀ ଇମ୍ରାନଙ୍କ ସହ ଭେଟିବାକୁ ତାଙ୍କ ୩ ଭଉଣୀ ଅଲିମା ଖାନ୍, ନୁରିନ ଖାନ୍ ଓ ଆଜମି ଖାନଙ୍କୁ ଅନୁମତି ଦେଇଛନ୍ତି। ଇମ୍ରାନଙ୍କୁ ଜେଲରେ ଭେଟିବା ପରେ ହୁଏତ ଇମ୍ରାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚାଲିଥିବା ସସପେନ୍ସ ସରିପାରେ। ଶେଷରେ ଇମ୍ରାନଙ୍କୁ ଜେଲରେ ଭେଟିବା ପରେ ଭଉଣୀ ସ୍ପଷ୍ଟ କରିଛନ୍ତି ଇମ୍ରାନ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି।ତେବେ ତାଙ୍କୁ ଜେଲରେ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ଭଉଣୀ ଆଜମା ଖାନ୍।
Naxatra News is now on Whatsapp
Join and get latest news update delivered to you via whatsapp
Join Now