ପାକ୍ ଷ୍ଟାରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟାନ୍

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଲୋକଙ୍କ ମଧ୍ୟରେ ବହୁତ କ୍ରୋଧ ରହିଛି। ଭାରତ ପାକିସ୍ତାନ ବିରୋଧରେ କିଛି ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ଲଗାତାର ରିପୋର୍ଟ ଆସୁଛି। କିଛି ଦିନ ପୂର୍ବରୁ ଭାରତ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଆଗାମୀ ଫିଲ୍ମ ଅବୀର-ଗୁଲାଲ ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା।ଏବେ ଆଉ ଏକ ବଡ଼ ଖବର ଆସିଛି। ଯାହା ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କ ପ୍ରଶଂସକଙ୍କୁ ବଡ ଝଟକା । ବଡ଼ ବଡ଼ ପାକିସ୍ତାନୀ କଳାକାରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ୟାନ୍ କରିଛନ୍ତି। ଏହି ତାଲିକାରେ ହାନିଆ ଆମିରଙ୍କ ଠାରୁ ଆରମ୍ଭ କରି ଇମରାନ ଆବାସଙ୍କ ଭଳି ସେଲିବ୍ରିଟିଙ୍କ ନାଁ ରହିଛି।ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ, ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛନ୍ତି । ବର୍ତ୍ତମାନ ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗୁଡ଼ିକୁ ବ୍ୟାନ୍ କରାଯାଇଛି । ଯାହା ଫଳରେ ସେଲିବ୍ରିଟିଙ୍କ ଫଲୋଅର୍ସରେ ବହୁତ ହ୍ରାସ ପାଇଛି । ଇନଷ୍ଟାରେ ଏହି ପାକିସ୍ତାନୀ କଳାକାରଙ୍କ ୟୁଜର ଆଇଡି ସର୍ଚ୍ଚ କଲେ ଲେଖାଯାଉଛି ଯେ- ଆକାଉଣ୍ଟ ଭାରତରେ ଉପଲବ୍ଧ ନାହିଁ। ଲୋକପ୍ରିୟ ଅଭିନେତ୍ରୀ ହାନିଆ ଆମିର ସେହି ପାକିସ୍ତାନୀ କଳାକାରଙ୍କ ମଧ୍ୟରେ ଅନ୍ୟତମ । ଯାହାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଭାରତରେ ବ୍ୟାନ୍ କରାଯାଇଛି। ଏହା ବ୍ୟତୀତ ମାହିରା ଖାନ, ସଜଲ ଅଲି ଏବଂ ଇମ୍ରାନ ଆବାସ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ଅଲି ଜାଫର ସମେତ ଆହୁରି ଅନେକ ଆକାଉଣ୍ଟକୁ ମଧ୍ୟ ସସପେଣ୍ଡ କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *