ପୂଣ୍ୟ କର- ଆମ୍ମାଙ୍କ ଆତ୍ମା ଶାନ୍ତି ପାଇବ

ଆମ୍ମାଙ୍କ ଆତ୍ମା ଶାନ୍ତି ପାଇବ। ଯାହା ପୂଣ୍ୟ କମାଇଛ। ତାକୁ ଯଦି ଫେରାଇନେବ। ତାହେଲେ ନା ତୁମେ ଶାନ୍ତି ପାଇବ ନା ଇହଧାମରେ ନଥିବା ଆମ୍ମା ପାଇବେ। ସତରେ ହେଉ ଅବା ମିଛରେ। ତୁମେମାନେ ହିଁ ଆମ୍ମା ଅର୍ଥାତ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ଉତ୍ତରାଧିକାରୀ ବୋଲି କୋର୍ଟ ଘୋଷଣା କରୁଛି। କିନ୍ତୁ ତାଙ୍କର ଉତ୍ତରାଧିକାରୀ ଭାବେ ଗରିବଙ୍କ ସେବା କର। ଗରିବଙ୍କ ଉପରେ ଖର୍ଚ୍ଚ କର। ଗରିବଙ୍କୁ ଖୁସିରେ ରହିବାକୁ ପ୍ରୟାସ କର। କିଛି ଏମିତି ଢଙ୍ଗରେ କର୍ଣ୍ଣାଟକ ହାଇକୋର୍ଟ ଜୟଲଳିତାଙ୍କ ଉତ୍ତରାଧିକାରୀଙ୍କ ଉଦେଶ୍ୟରେ ଟିପ୍ପଣୀ କରି ପରାମର୍ଶ ଦେଇଛନ୍ତି। ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ଉତ୍ତରାଧିକାରୀ କୋର୍ଟରେ ଅପିଲ୍ କରିଥିଲେ ଯେ, ୨୦୦୪ରେ ଜୟଲଳିତାଙ୍କ ଜବତ ସମ୍ପତ୍ତିକୁ ରିଲିଜ୍ କରି ସେମାନଙ୍କ ନାଁରେ କରାଯାଉ। ଆୟ ବର୍ହିଭୁତ ସମ୍ପତ୍ତି ମାମଲାରେ ଜୟଲଳିତାଙ୍କ ଜବତ ସମ୍ପତ୍ତି ରିଲିଜ ଆବେଦନକୁ କିନ୍ତୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ଜେ ଦୀପକ ଓ ଜେ ଦୀପାଙ୍କ ଦ୍ୱାରା ଆଗତ ପିଟିସନକୁ କର୍ଣ୍ଣାଟକ ହାଇକୋର୍ଟର ଜଷ୍ଟିସ ଭି.ଶ୍ରୀଶାନନ୍ଦ ଖାରଜ କରିଛନ୍ତି। ତଳ କୋର୍ଟ ଜୁଲାଇ ୧୨, ୨୦୨୩ରେ ଏଭଳି ଆବେଦନକୁ ଖାରଜ କରିଥିଲେ। କ୍ରିମିନାଲ ପ୍ରୋସିଡ୍ୟୋର କୋଡର ଧାରା ୪୫୨ରେ ପିଟିସନ ଫାଇଲ୍ ହୋଇଥିଲା। ଅପିଲରେ ଦର୍ଶାଯାଇଥିଲା ଯେ, ଜୟଲଳିତା ତଳକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। କିନ୍ତୁ ପରେ ହାଇକୋର୍ଟଙ୍କ ଦ୍ୱାରା ଖଲାସ ହୋଇଥିଲେ। ରାଜ୍ୟ ସରକାର ଏହା ବିରୁଦ୍ଧରେ ଅପିଲ୍ ଯାଇଥିଲା ବେଳେ ଜୟଲଳିତାଙ୍କ ଦେହାନ୍ତ ହୋଇଥିଲା। ଯେହେତୁ ଜୟଲଳିତାଙ୍କୁ ଦୋଷୀ ବୋଲି ବିବେଚନା କରାଯାଇପାରିବନି। ସେଥିଲାଗି ତାଙ୍କ ଜବତ ସମ୍ପତ୍ତି ଫେରିବା ଦରକାର। କିନ୍ତୁ କୋର୍ଟ କହିଛନ୍ତି, ଯେହେତୁ ସମ୍ପତ୍ତି ଆଟାଚମେଣ୍ଟ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଥିଲା। ସେଥିଲାଗି ଆଉ ଥରେ ଏହାକୁ ଫେରାଇଆଣିବା ସମ୍ଭବପର ନୁହେଁ। ଏହା ସହ କୋର୍ଟ ମୌଖିକରେ ପରାମର୍ଶ ଦେଇଛନ୍ତି ଯେ, ଜୟଲଳିତାଙ୍କ ନାଁରେ ଏକ ଫାଉଣ୍ଡେସନ୍ ଆରମ୍ଭ କରିଛନ୍ତି। ଆଲେକଜାଣ୍ଡର ବି ଖାଲି ହାତରେ ଯାଇଥିଲେ। ସେ ପଣ କରିଥିଲେ ଯେ, ସେ ଏଠାରୁ କିଛି ବି ନେବେନି। ସେଥିଲାଗି ଜୟଲଳିତାଙ୍କ ଉତ୍ତରାଧିକାରୀ ତାଙ୍କ ନାଁରେ ଯେଉଁ ସୋସାଇଟି କରି ଗରିବ କଲ୍ୟାଣ କରୁଛନ୍ତି, ତାହା ଜାରି ରଖନ୍ତୁ। ଏହି ଫାଉଣ୍ଡେସନରୁ ଗରିବଙ୍କ ମୁହଁରେ ହସ ଫୁଟାଅ। ଯେଉଁ ପୂଣ୍ୟ ଏବେ କରୁଛି, ତାହାର ପ୍ରତିଫଳ ବି ପାଇବ। ଯାହା ତୁମ ପାଖକୁ ଆସିଥିଲା, ଏହା ଭଗବାନଙ୍କ ଉପହାର ବୋଲି ଭାବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *