ଭୟଙ୍କର ତୋଫାନ ସହ ଜୁଝୁଥିବା ଇଣ୍ଡିଗୋକୁ ଏମର୍ଜେନ୍ସି ଲାଣ୍ଡିଂ ପାଇଁ ମନା କରିଥିଲା ଲାହୋର ଏୟାରପୋର୍ଟ

ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ଫ୍ଲାଇଟ୍ 6E 2142 ଯେତେବେଳେ ୨୧ ତାରିଖରେ ପଠାନକୋଟ୍‌ ନିକଟରେ ବିପଜ୍ଜନକ ପାଗ ସହ ମୁକାବିଲା କରୁଥିଲା, ସେତେବେଳେ ପାକିସ୍ତାନ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇ ନାଟ ଦେଖୁଥିଲା। ବଜ୍ରପାତ, ବର୍ଷା ଓ ତୀବ୍ର ତୋଫାନରୁ ବିମାନ କ୍ଷତିଗ୍ରସ୍ତ ହୋଇସାରିଥିଲା। ତା ସାଙ୍ଗକୁ କୁଆପଥର ମାଡ଼ ଜାରି ଥିଲା। ଏତିକିବେଳେ ଯାତ୍ରୀ ଓ ବିମାନର ନିରାପତ୍ତା ଦୃଷ୍ଟିରୁ ବିମାନ ଚାଳକ ପାକିସ୍ତାନ ଲାହୋର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ସହିତ ସଂଯୋଗ ସ୍ଥାପନ କରିଥିଲେ। ପାକିସ୍ତାନର ଆକାଶପଥ ବ୍ୟବହାର କରି ଏଭଳି ଆସନ୍ନ ବିପଦରୁ ବର୍ତ୍ତିବାକୁ ଅନୁମତି ଚାହିଁଥିଲେ। କିନ୍ତୁ ଲାହୋର ATC ସେହି ଅନୁମତି ଦେବାକୁ ଅସ୍ୱୀକାର କରିଦେଲା। ଏହା ପୂର୍ବରୁ, ବିମାନ ଚାଳକ ଭାରତୀୟ ବାୟୁସେନା (IAF) ନିକଟରୁ ମଧ୍ୟ ଆନ୍ତର୍ଜାତୀୟ ସୀମା ଅତିକ୍ରମ କରିବା ଅନୁମତି ଚାହିଁଥିଲେ, କିନ୍ତୁ ସେଠୁ ମଧ୍ୟ ଅନୁମତି ମିଳିନଥିଲା। ପରିସ୍ଥିତି ଭୟଙ୍କର ହେବାରୁ ଏବଂ ସୁରକ୍ଷା ଦୃଷ୍ଟିରୁ ଶ୍ରୀନଗର ATC ସହିତ ଆପାତକାଳୀନ ସଂଯୋଗ କରି ମୂଳ ରୁଟ୍ ଅନୁକରଣ କରି ଭୟଙ୍କର ତୁଫାନ ମାଧ୍ୟମରେ ଉଡାଣ ଜାରି ରଖିଥିଲେ ପାଇଲଟ୍। ଏହି ବିପଦ୍‌ପୂର୍ଣ୍ଣ ଅବସ୍ଥା ଚାଲିଥିବା ସତ୍ତ୍ୱେ, ବିମାନ ସୁରକ୍ଷିତ ଭାବେ ଶ୍ରୀନଗର ଏୟାରପୋର୍ଟରେ ଅବତରଣ କଲା। ଏହି ଘଟଣାକୁ ନେଇ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ (DGCA) ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତର ଉଦ୍ଦେଶ୍ୟ ହେଉଛି, ଘଟଣାକ୍ରମ କିପରି ଘଟିଲା, କେଉଁଠି ଦୋଷ ଘଟିଛି ଏବଂ ଏଭଳି ଘଟଣାକୁ ଏଡ଼ାଇବା ପାଇଁ କେମିତି ବ୍ୟବସ୍ଥା କରାଯିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *