ବିହାରର ସୁପୋଲରେ ହିଂସା। ତ୍ରିବେଣୀଗଞ୍ଜ ଥାନା ଉପରେ ଜନତା ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଥାନା ଉପରକୁ ପଥର ମାଡ଼ କରିଛନ୍ତି। ପୁଲିସ ଓ ଜନତାଙ୍କ ଭିତରେ ଖଣ୍ଡଯୁଦ୍ଧ ହୋଇଛି। ଉତ୍ୟକ୍ତ ଜନତା ଜାତୀୟ ରାଜପଥ ଅବରୋଧ କରି ହଙ୍ଗାମା କରିଛନ୍ତି। ଜନତାଙ୍କୁ ଘଉଡ଼ାଇବାକୁ ପୁଲିସ ଲାଠିଚାର୍ଜ କରିଛି। ଲୋକଙ୍କ ପଥରମାଡ଼ରେ ଅନେକ ପୁଲିସ କର୍ମୀ ଆହତ ହୋଇଛନ୍ତି। ଅନେକ ଲୋକ ବି ଆହତ ହୋଇଛନ୍ତି। ପୁଲିସ ୫ ଜଣଙ୍କୁ ହେପାଜତକୁ ନେଇ ଛାନଭିନ୍ କରିଛି। ଉପଦ୍ରବୀଙ୍କୁ ଚିହ୍ନଟ ଲାଗି ପ୍ରୟାସ ଆରମ୍ଭ କରିଛି। ଶତାଧିକ ଲୋକ ହାତରେ ଠେଙ୍ଗାବାଡ଼ି ଧରି ତ୍ରିବେଣୀଗଞ୍ଜ ଥାନାରେ ପହଞ୍ଚିଥିଲେ। କୌଣସି ବିବାଦକୁ ନେଇ ଲୋକଙ୍କ ଭିତରେ ପୁଲିସ ପ୍ରତି ଆକ୍ରୋଶ ଥିଲା। ଭିଡ଼କୁ ଦେଖି ଥାନା ଭିତରକୁ ପ୍ରବେଶ ଲାଗି ବାରଣ କରିଥିଲା ପୁଲିସ। ଆଉ କଥା କଟାକଟିରୁ ଉତ୍ୟକ୍ତ ଲୋକେ ଥାନା ବାହାରକୁ ବାହାରି ବଜାରକୁ ଯାଇ ରାସ୍ତା ଅବରୋଧ କରିଥିଲେ। ବଜାର ବାଟ ଦେଇ ଆଇଆଇସି ଓ ଅନ୍ୟ କର୍ମଚାରୀ ଜିପରେ ଥାନାକୁ ଫେରୁଥିଲା ବେଳେ ଏମାନଙ୍କୁ ଦେଖି ତାତି ଉଠିଥିଲେ ଜନତା। ପୁଲିସକୁ ଦେଖିବା ମାତ୍ରେ ପଥରମାଡ଼ ଆରମ୍ଭ କରିଦେଇଥିଲେ ଲୋକେ। ଆଉ ପଥର ମାଡ଼ରେ ଲହୁଲୁହାଣ ଥାନା ଅଧିକାରୀ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଫାଙ୍କା ଗୁଳି କରିଥିଲେ। ଲାଠିଚାର୍ଜ ପରେ ଲୋକେ ଛତ୍ରଭଙ୍ଗ ଦେଇଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now