ମହାକୁମ୍ଭ ମେଳାରେ ଭୟାବହ ଅଗ୍ନିକାଣ୍ଡ। ଶାସ୍ତ୍ରୀ ବ୍ରିଜର ସେକ୍ଟର ୨୦ ନିକଟରେ ଥିବା ୧୫ଟି ଟେଣ୍ଟ ଜଳି ପାଉଁଶ। ଅଗ୍ନିଶମ ବିଭାଗ ନିଆଁ ଲିଭାଇବାକୁ ପ୍ରୟାସ ଜାରି ରଖିଛି। ତୁଳସୀ ମାର୍ଗରେ ସେକ୍ଟର -୧୯ ରେଲୱେ ବ୍ରିଜ୍ ତଳେ ବିବେକାନନ୍ଦ ସେବା ସମିତି ବାରଣାସୀର ଶିବିରରେ ନିଆଁ ଲାଗିଥିବା ସୂଚନା। ଅଞ୍ଚଳରେ ନିଆଁ ଖୁବ ଜୋରରେ ବ୍ୟାପିବାରେ ଲାଗିଛି। ଶିବିର ଭିତରୁ ଗ୍ୟାସ ସିଲିଣ୍ଡର ଫାଟିବାର ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି। ଫଳରେ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଛି। ନିଆଁ ଗୋଟିଏ ଶିବିରରୁ ଆଉ ଗୋଟିଏ ଶିବିରକୁ ଏମିତି ଭାବେ ବଢି ଚାଲିଛି। କିଛି ମିନିଟ ରେ ହିଁ ନିଆଁ ପ୍ରାୟ ଡର୍ଜନରୁ ଅଧିକ ଟେଣ୍ଟକୁ ଜାଳିପୋଡ଼ି ପାଉଁଶ କରିଦେଇଛି। ସିଲିଣ୍ଡର ଲିକ୍ ହେବାରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅନ୍ୟ ସିଲିଣ୍ଡର ଗୁଡ଼ିକୁ ନେଇ ଲୋକେ ବାହାର ଆଡ଼କୁ ଦୌଡ଼ିବାର ଦେଖା ଯାଉଛି। ଘଟଣା ସ୍ଥଳରେ ସବୁ ରେସ୍କ୍ୟୁ ଦଳ ପହଞ୍ଚି ସାରିଛନ୍ତି। ଏନଡିଆରଏଫ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଶିବିର ଭିତରୁ ଲଗାତାର ହାଲକା ଧରଣର ଶବ୍ଦ ମଧ୍ୟ ଆସୁଛି। ଘଟଣା ସ୍ଥଳରେ ଆମ୍ୱୁଲାନ୍ସ ମଧ୍ୟ ପହଞ୍ଚି ସାରିଛି। ମୁଖ୍ୟ ଅଗ୍ନିଶମ କେନ୍ଦ୍ରରୁ ୪ଟି ବଡ଼ ବଡ଼ ଦମକଳ ଗାଡ଼ି ଓ ୮ଟି ବୁଲେଟ୍ ମଧ୍ୟ ପ୍ରସ୍ଥାନ କରି ସାରିଛି। ମିଡ଼ିଆ ସେଣ୍ଟରରୁ ଦୁଇଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳକୁ ଯାଇଛି। ହେଲେ ରାସ୍ତା ଜାମ ଯୋଗୁଁ ବାଟରେ ଫସି ରହିଥିଲା। ନିଆଁ ସେକ୍ଟର ୧୯ରୁ ୨୦ ଆଡ଼କୁ ବଢୁଥିବା ଜଣାପଡ଼ିଛି । ଏଥିରେ ଗୀତା ପ୍ରେସ ଗୋରଖପୁରର ଶିବିର ମଧ୍ୟ ଏହା ପ୍ରଭାବରେ ଆସିଛି । ଅନେକ ଉଚ୍ଚ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଡିଆଇଜି ବୈଭବ କୃଷ୍ଣ ମଧ୍ୟ ଘଟଣା ସ୍ଥଳକୁ ଆସି ଯାଇଛନ୍ତି । ନିଆଁ ଲିଭାଇବାକୁ ପ୍ରୟାସ କରାଯାଉଛି। ବିଏସଏଫ୍କୁ ମଧ୍ୟ ଡକାଯାଇଛିଷ ମେଳାଧିକାରୀ ଓ ଏସଏସପି କୁମ୍ଭ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । କେନ୍ଦ୍ରୀୟ ହସ୍ପିଟାଲ ଓ ଏସଆରଏନ ହସ୍ପିଟାଲକୁ ଆଲର୍ଟକରିଦିଆ ଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now