ଯାହା କରିବା କଥା କର। କିନ୍ତୁ ପଶ୍ଚିମବଙ୍ଗରେ ଏନଆରସି ଲାଗୁ କରିବାକୁ ଦେବିନି। ଏସଆଇଆର ବିରୁଦ୍ଧରେ କୁଚବିହାରରେ ହୋଇଥିବା ରାଲିରେ ସାମିଲ୍ ହୋଇ କେନ୍ଦ୍ରକୁ ଏଭଳି ଚେତାବନୀ ଦେଇଛନ୍ତି ଦିଦି। ଏନଆରସି ଓ ଏସଆଇଆର ହେଉଛି କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ରର ଅଂଶ। ଏହି ଦୁଇ ଯୋଜନା ବଙ୍ଗାଳର ନାଗରିକତା ଓ ସାମାଜିକ ସୌହାର୍ଦ୍ଦ୍ୟକୁ ଦୁର୍ବଳ କରିବାକୁ ଚକ୍ରାନ୍ତ ହେଉଛି। ସେ ବଞ୍ଚିଥିବା ଯାଏ ବଙ୍ଗରେ କୌଣସି ଡିଟେନସେନ ସେଣ୍ଟର କରିବାକୁ ଦେବେନି। ବଙ୍ଗରେ ବାହ୍ୟ ଦଖଲରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛି କେନ୍ଦ୍ର। କେନ୍ଦ୍ର ସରକାର ଜାଣିଶୁଣି ଜାଲି ନାରେଟିଭ୍ ତିଆରି କରି ଭୋଟରଙ୍କୁ ତାଲିକାରୁ ହଟାଇବା, ଭୟ ସଞ୍ଚାର କରିବାକୁ ପ୍ରୟାସ କରୁଛନ୍ତି। କେନ୍ଦ୍ରକୁ କଅଣ ୨ ବର୍ଷ ଦରକାର ଏସଆଇଆର ଲାଗୁ ପାଇଁ କି। ନାଗରିକଙ୍କୁ କଅଣ ବାରମ୍ୱାର ନିଜର ନାଗରିକତା ପ୍ରମାଣ କରିବାକୁ ପଡ଼ିବ କି। ଏହା ଲଜ୍ଜାଜନକ ଘଟଣା।
Naxatra News is now on Whatsapp
Join and get latest news update delivered to you via whatsapp
Join Now