ବୃଦ୍ଧାବସ୍ଥାରେ ବିବାହ ବିଛେଦ

ଛାଡ଼ପତ୍ର ନେଇ ଚାଲିଥିଲା ଆଇନଗତ ଲଢ଼େଇ। ତେବେ କେତେ ବର୍ଷ ଧରି ଆଇନଗତ ଲଢ଼େଇ ହେଲା ପରେ ବିବାହ ବିଛେଦ ହେଲା, ଆପଣ ଜାଣିଲେ ତାଜୁବ୍ ହୋଇଯିବେ। ୧୮ ବର୍ଷ ଧରି ଚାଲିଥିଲା ଆଇନଗତ ଲଢ଼େଇ। ଶେଷରେ ୩ କୋଟି ଟଙ୍କାରେ ହେଲା ସେଟଲମେଣ୍ଟ। ହରିଆଣାରୁ ଆସିଛି ଏଭଳି ତାଜୁବ୍ କଲା ଭଳି ଖବର। କର୍ଣ୍ଣାଲରେ ପତି ପତ୍ନୀଙ୍କ ବିବାହ ବିଛେଦ ପରିଣତ ବୟସରେ ହୋଇଛି। କାରଣ ସ୍ୱାମୀଙ୍କ ବୟୟ ଏବେ ୭୩ ଓ ପତ୍ନୀଙ୍କ ବୟସ ୭୦। ଦୀର୍ଘ ୪୪ ବର୍ଷ ପରେ ଉଭୟଙ୍କ ଭିତରେ ହୋଇଛି ବିବାହ ବିଛେଦ। ବୃଦ୍ଧାବସ୍ଥାରେ ବିବାହ ବିଛେଦ ଘଟିଛି। ପଞ୍ଜାବ ଓ ହରିଆଣା ହାଇକୋର୍ଟର ମଧ୍ୟସ୍ଥତାରେ ଏହି ମାମଲାର ଅବସାନ ହୋଇଛି। ୭୦ ବର୍ଷୀୟ ପତ୍ନୀଙ୍କୁ ଚଳିବା ପାଇଁ ୩ କୋଟି ୭ଲକ୍ଷ ଟଙ୍କା ଦେବାକୁ ପଡ଼ିଛି। ଏଥିଲାଗି ସଂପୃକ୍ତ ଚାଷି ସ୍ୱାମୀ ନିଜର ଜମି ଓ ଫସଲ ବିକିବାକୁ ବାଧ୍ୟ ହୋଇଥିଲେ। ଜମିରୁ ୨କୋଟି ୧୬ଲକ୍ଷ ଓ ଅନ୍ୟ ଫାର୍ମ ବିକି ଆଉ ୫୦ ଲକ୍ଷ ଯୋଗାଡ଼ କରିଥିଲେ। ଦୁହିଁଙ୍କ ଭିତରେ ବିବାଗ ଅଗଷ୍ଟ ୨୭, ୧୯୮୦ରେ ହୋଇଥିଲା। ଉଭୟଙ୍କର ୩ ସନ୍ତାନ ଅଛନ୍ତି। କିନ୍ତୁ ଦୁହିଁଙ୍କ ଭିତରେ ସମ୍ପର୍କରେ ତିକ୍ତତା ଆସିବାରୁ ମେ ୮, ୨୦୦୬ରୁ ଅଲଗା ଅଲଗା ରହିବାକୁ ଲାଗିଥିଲେ। ୨୦୧୩ରେ ଛାଡ଼ପତ୍ର ମାମଲା ଆବେଦନକୁ ଖାରଜ କରିଦେଇଥିଲେ ଫ୍ୟାମିଲି କୋର୍ଟ। ମାନସିକ ନିର୍ଯାତନା ଆଧାରରେ ଛାଡ଼ପତ୍ର ଚାହୁଁଥିଲେ ସ୍ୱାମୀ। ବିବାହ ବିଛେଦ ପରେ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି, ସ୍ୱାମୀଙ୍କ ବିୟୋଗ ପରେ ତାଙ୍କ ସମ୍ପତ୍ତିରେ କୌଣସି ଅଧିକାର ଦାବି କରିପାରିବେନି ପରିବାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *