ବିଧାୟକଙ୍କୁ ପିଟିଲେ- ବିଧାନସଭାରେ ବୋବାଲ୍

ଜମୁକଶ୍ନୀର ବିଧାନସଭାରେ ବଡ଼ ଧରଣର ହଙ୍ଗାମା। ଏନସି ବିଧାୟକ ଓ୍ୱାକଫ ବିଲ୍ ଉପରେ ଚର୍ଚ୍ଚା ଦାବି କରୁଥିଲେ। ଆଉ ସେତେବେଳେ ବିଜେପି ବିଧାୟକ ଓ ଆପ୍ ବିଧାୟକ ମେହେରାଜ ମଲ୍ଲିକଙ୍କ ଭିତରେ ମାଡପିଟ୍ ହୋଇଥିଲା। ବଚସା ଭିତରେ ମେହେରାଜ୍ କାଚ ଟେବୁଲ୍ ଉପରେ ପଡ଼ିଯାଇଥିଲେ। ବିଜେପି ଆରୋପ ଲଦିଛି ଯେ, ମେହେରାଜ ଗାଳିଗୁଲଜ କରୁଥିଲେ। ବୁଧବାର ବିଧାନସଭା ଯେମିତି ରଣକ୍ଷେତ୍ର ପାଲଟିଥିଲା। ଆମ୍ ଆଦମୀ ଦଳ ବିଧାୟକ ମଲ୍ଲିକ ଓ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିର ସମର୍ଥକଙ୍କ ଭିତରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ସମୟ ପରେ ବିଜେପି ଓ ଆପ୍ ବିଧାୟକଙ୍କ ଭିତରେ ମାଡପିଟ୍ ଆରମ୍ଭ ହୋଇଯାଇଥିଲା। ସୁରକ୍ଷାକର୍ମୀ ପରିସ୍ଥିତିକୁ ସମ୍ଭାଳିବାକୁ ବେଶ୍ ନାକେଦମ୍ ହୋଇପଡ଼ିଥିଲେ। ଏହି ଧସ୍ତାଧସ୍ତିରେ ବିଜେପି ବିଧାୟକ ମୋହନ ଲାଲଙ୍କୁ ବି ସାମାନ୍ୟ ଆଘାତ ଲାଗିଥିଲା ବେଳେ ଆଉ ଜଣେ ବିଧାୟକଙ୍କ ପକେଟ୍ ଚିରି ଯାଇଥିଲା। ସକାଳେ ବାଚସ୍ପତି ଗୃହକୁ ମୁଲତବୀ କରିବା ପରେ ବିଜେପି ବିଧାୟକମାନେ ବିଧାନସଭା ପରିସର ସିଡ଼ିରେ ଧାରଣାରେ ବସିଥିଲେ। ଏତିକିବେଳେ ଡୋଡାର ଆପ୍ ବିଧାୟକ ମେହରାଜଙ୍କ ସହ ପିଡିପିର ଦୁଇ କର୍ମକର୍ତ୍ତାଙ୍କ ସହ ବଚସା ହୋଇଥିଲା। ଆଉ କିଛି ସମୟ ଭିତରେ ହିଁ ଏହା ଗଣ୍ଡଗୋଳର ଉଗ୍ର ରୂପ ଧାରଣ କରିଥିଲା। ପିଡିପି ସମର୍ଥକ ମେହରାଜଙ୍କ ଉପରେ ଆରୋପ ଲଗାଇଥିଲେ କି ସେ ପିଡିପିର ପ୍ରତିଷ୍ଠାତା ମୁଫତି ମହମ୍ମଦ ସୟେଦଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି। ନିଜକୁ ବିଧାୟକ କହୁଥିବା ମେହେରାଜ ଗୁଣ୍ଡାଗର୍ଦ୍ଦି କରନ୍ତି। ଜଣେ ସାମ୍ୱାଦିକଙ୍କୁ ବି ଅପହରଣ କରିଥିବା ମାମଲା ରହିଛି। ବିଧାନସଭାରେ କେବଳ ଏନସିକୁ ରକ୍ଷା କରିବାକୁ ଭୁଲ୍ କଥା କହୁଛନ୍ତି। ସେପଟେ ମଲିକ କହିଛନ୍ତି, ସେ କାହାକୁ ଡରନ୍ତିନି। ସେ କେମିତି କହିବେ, କାହାଠୁ ଶିଖିବା ଦରକାର ନାହିଁ। ପିଡିପି ବିଧାୟକ ଓ୍ୱାହିଦ୍ ଉର ରେହେମାନ ଜଣେ ଦେଶଦ୍ରୋହୀ। ରେହେମାନ ଜାଣିଶୁଣି ବିଧାନସଭା ପରିସରକୁ ମାଫିଆଙ୍କୁ ଆଣି ଗଣ୍ଡଗୋଳ କରିଛନ୍ତି। ବିଜେପି ବିଧାୟକଙ୍କ ଉଦେଶ୍ୟରେ ମେହରାଜ କହିଥିଲେ, ବିଜେପି ବିଧାୟକମାନେ ନିଜ ପତ୍ନୀଙ୍କଠୁ ମାଡ଼ ଖାଇ ଆସନ୍ତି। ତିଲକ ଲଗାଇ ହିନ୍ଦୁ ହେବାର ଦାବି କରୁଥିବା ବିଜେପି ବିଧାୟକମାନେ ସବୁ ଖରାପ କାମ କରନ୍ତି। ହିନ୍ଦୁ ହିଁ ସବୁଠୁ ଅଧିକ ମଦ ପିଅନ୍ତି। ଆଉ ଏହାକୁ ନେଇ ବିଜେପି ବିଧାୟକଙ୍କ ସହ ମାଡପିଟ୍ ଆରମ୍ଭ ହୋଇଯାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *