ନିର୍ବାଚନ ଡିୟୁଟିରେ ଆସିଥିବା ଏସଡିଏମ ଙ୍କୁ ଚାପୁଡ଼ା ମାଡ଼

ରାଜସ୍ଥାନ ଟୋଙ୍କ ଜିଲ୍ଲାରେ ଏସଡିଏମଙ୍କୁ ଚାପୁଡା ମାରିଥିବା ନରେଶ ମିଣାଙ୍କୁ ପୋଲିସ ଗିରଫ କରିଛି । ଏସପି ପୋଲିସ ଫୋର୍ସ ସହିତ ନରେଶଙ୍କୁ ଗିରଫ କରିବା ପାଇଁ ପହଞ୍ଚିଥିଲା । ରାଜସ୍ଥାନ ଟୋଙ୍କ ଜିଲ୍ଲାର ଦେବଲି ଉନିୟାରା ବିଧାନସଭା ଅଞ୍ଚଳରେ ନିର୍ଦ୍ଦଳୀୟ ନିର୍ବାଚନ ଲଢୁଥିବା ନରେଶ ମିଣା ନିର୍ବାଚନ ଡୁଟିରେ ଥିବା ଏସଡିଏମ ଅମତି ଚୌଧୁରୀଙ୍କୁ ଚାପୁଡା ମରିଥିଲେ । ଏହାପରେ ପୋଲିସ ତାଙ୍କୁ ଗିରଫ ପାଇଁ ସମରାବତା ଗାଁକୁ ଯାଇଥିବା ବେଳେ ପୋଲିସ ଉପରେ ଆକ୍ରମଣ କରିଥିଲେ ମିଣାଙ୍କ ସମର୍ଥକ । ମିଣାଙ୍କ ସମର୍ଥକ ଅନେକ ଗାଡିରେ ନିଆଁ ମଧ୍ୟ ଲଗାଇଦେଇଥିଲେ । ପୋଲିସ ଏହି ମାମଲାରେ ୬୦ ଜଣଙ୍କୁ ଅଟକ ରଖିଛି ।ରାଜସ୍ଥାନ ଟୋଙ୍କ ଜିଲ୍ଲାର ଦେବଲି ଉନିୟାରା ବିଧାନସଭା ଅଞ୍ଚଳରେ ନିର୍ଦ୍ଦଳୀୟ ନିର୍ବାଚନ ଲଢୁଥିବା ନରେଶ ମିଣା ନିର୍ବାଚନ ଡୁଟିରେ ଥିବା ଏସଡିଏମ ଅମତି ଚୌଧୁରୀଙ୍କୁ ଚାପୁଡା ମରିଥିଲେ । ଏହାପରେ ପୋଲିସ ତାଙ୍କୁ ଗିରଫ ପାଇଁ ସମରାବତା ଗାଁକୁ ଯାଇଥିବା ବେଳେ ପୋଲିସ ଉପରେ ଆକ୍ରମଣ କରିଥିଲେ ମିଣାଙ୍କ ସମର୍ଥକ । ମିଣାଙ୍କ ସମର୍ଥକ ପଥରମାଡ କରିବା ସହିତ ଗାଡିରେ ନିଆଁ ଲଗାଇ ଦେଇଥିଲେ । ଫଳରେ ପୋଲିସକୁ ଲୁହ ବୁହା ଗାସ ପ୍ରୟୋଗ କରିବାକୁ ପଡିଥିଲା ।ତେବେ ଏହି ମାମଲାରେ ନରେଶ ମିଣା କହିଛନ୍ତି, ଗାଁ ଲୋକ ଭୋଟିଂ ବହିଷ୍କାର କରିଥିଲେ । କିନ୍ତୁ ଏନଡିଏମ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମିଥ୍ୟା ଭୋଟିଂ କରୁଥିଲେ । ଅଙ୍ଗନୱାର୍ଡି କର୍ମୀ, ମୋ ସ୍ତ୍ରୀ ଏବଂ ଜଣେ ଶିକ୍ଷକଙ୍କୁ ଏଥିପାଇଁ ଧମକ ମଧ୍ୟ ମିଳିଥିଲା । ସେମାନେ କହିଥିଲେ, ଯଦି ଭୋଟ ଦେବ ନାହିଁ, ତେବେ ସରକାରୀ ଚାକିରି ହାତରୁ ଚାଲିଯିବ । ମୁଁ ଚାପୁଡା ମାରିବା ପରେ ଜିଲ୍ଲାପାଳଙ୍କୁ ଆସିବା ପାଇଁ ଦାବି କରିଥିଲି । କିନ୍ତୁ ସେ ଆସିନଥିଲେ । ଏହା ଦାବି କରି ଧାରଣାରେ ବସିଥିଲି । ମୋ ସମର୍ଥକ ଖାଇବା ନେଇ ଆସୁଥିବା ବେଳେ ପୋଲିସ ଲାଠିଚାର୍ଜ କରିଥିଲା । ମୋ ଉପରେ ମଧ୍ୟ ଆକ୍ରମଣ କରିଥିଲା । ତେଣୁ ମୁଁ ବେହୋସ ହୋଇଯିବା ପରେ ମୋର ସମର୍ଥକ ୫ କିମି ଦୂର କୌଣସି ସ୍ଥାନରେ ମୋତେ ଲୁଚାଇଥିଲେ । ଏହାପରେ ମୁଁ ଏସପିଙ୍କୁ ଏଠାକୁ ଡାକି ଗିରଫ କରିବା ପାଇଁ କହିଥିଲି ।ସୂଚନାଯୋଗ୍ୟ, ରାଜସ୍ଥାନରେ ୭ଟି ବିଧାନସଭା ସିଟରେ ନିର୍ବାଚନ ହେଉଛି । ୧୩ ନଭେମ୍ବରରେ ହୋଇଥିବା ନିର୍ବାଚନର ଫଳାଫଳ ୨୩ ନଭେମ୍ବରରେ ଘୋଷଣା କରାଯିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *