ଟ୍ରେନ କୋଚର କାଚ ଭାଙ୍ଗି ଶ୍ରଦ୍ଧାଳୁଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପବିତ୍ର ମାଘ ପୂର୍ଣ୍ଣିମାରେ ମହାକୁମ୍ଭରେ ବୁଡ଼ ପକାଇଛନ୍ତି କୋଟି କୋଟି ଶ୍ରଦ୍ଧାଳୁ। ସଙ୍ଗମ ତଟରେ ସ୍ନାନ କଲେ ମୋକ୍ଷ ପ୍ରାପ୍ତିର ଆଶାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ମହାଶିବରାତ୍ରୀ ଦିନ ମହାକୁମ୍ଭରେ ଅନ୍ତିମ ଅମୃତ ସ୍ନାନ ଅନୁଷ୍ଠିତ ହେବ। ମାଘ ପୂର୍ଣ୍ଣିମାରେ ପ୍ରୟାଗରାଜରେ ୨ କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ବୁଡ଼ ପକାଉଥିବା ଶ୍ରଦ୍ଧାଳୁ ଓ ତପସ୍ୱୀଙ୍କ ଉପରେ ହେଲିକେପ୍ଟରରୁ ପୁଷ୍ପ ବର୍ଷା କରାଯାଇଥିଲା। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଓ୍ୱାର୍‌ରୁମରୁ ନିଜେ ଅନୁଧ୍ୟାନ କରିଥିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ଅବସରରେ ଅଯୋଧ୍ୟାରେ ରାମମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା। ଗଙ୍ଗାରେ ବୁଡ଼ ପକାଇ ବାରାଣସୀର ଦଶାଶ୍ୱମେଧ ଘାଟରେ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ। ସେପଟେ ଉଜୈନର ମହାକାଳରେ ଭସ୍ମ ଆରତୀ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ମାଘପୂର୍ଣ୍ଣିମା ଓ ମହାକୁମ୍ଭର ପଞ୍ଚମ ସ୍ନାନ ଏକାଠି ପଡ଼ିଛି। ଏହାକୁ ଶୁଭ ସଂଯୋଗ କୁହାଯାଉଛି।

ତେବେ ବୁଡ଼ ପକାଇବାକୁ ନେଇ ସୀମାଞ୍ଚଳ ଏକ୍ସପ୍ରେସରେ ଆସୁଥିବା ଶ୍ରଦ୍ଧାଳୁଙ୍କ ଉପରେ ଆକ୍ରମଣ ହୋଇଛି। କଟିହାର- ପ୍ରୟାଗରାଜ ଷ୍ଟେସନ ମଝିରେ ଟ୍ରେନ କୋଚର କାଚ ଭାଙ୍ଗି ଶ୍ରଦ୍ଧାଳୁଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଲୋକ। ସିଟ୍ ନଥିବାରୁ କିଛି ଯାତ୍ରୀ ଟ୍ରେନର କବାଟ, ଝରକା ବନ୍ଦ କରିଦେଇଥିବାରୁ ଉତ୍ୟକ୍ତ ଲୋକେ ଭାଙ୍ଗିଦେଇଥିଲେ। ଏଥିରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସେପଟେ ଅସମ୍ଭବ ଭିଡ଼ରୁ ଟ୍ରେନରେ ଚଢ଼ି ମହାକୁମ୍ଭକୁ ଆସି ନ ପାରିବାରୁ ଉତ୍ୟକ୍ତ ଶ୍ରଦ୍ଧାଳୁ ସ୍ୱତନ୍ତ୍ର ସେନାନୀ ଏକ୍ସପ୍ରେସରେ ଭଙ୍ଗାରୁଜା କରିଛନ୍ତି। ବିହାରର ମଧୁବନି ରେଳଷ୍ଟେସନରେ ସୋମବାର ରାତି ପଥର ମାଡ଼ରେ ଝରକା କାଚ ଭାଙ୍ଗିଦେଇଥିଲେ।ଫେବୃଆରୀ ୨୬ ଶେଷ ଅମୃତ ସ୍ନାନ। ତା ପୂର୍ବରୁ ମହାକୁମ୍ଭ ମେଳାରେ ପହଞ୍ଚିବାକୁ ଲୋକଙ୍କ ଉତ୍ସୁକତା ବେଳେ ବେଳେ ହିଂସାର ରୂପ ନେଲାଣି। ଯାହାକି ବିଡ଼ମ୍ୱନା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *