ଡେଲାଙ୍ଗ ଥାନାରେ ବସନ୍ତପୁର ଗ୍ରାମବାସୀଙ୍କ ପକ୍ଷରୁ ଧାରଣା ।ଆକ୍ରମଣର ଶିକାର ହୋଇଥିବା ମହାପାତ୍ର ପରିବାରଙ୍କ ସମେତ ବସନ୍ତପୁରର କିଛି ଗ୍ରାମବାସୀ ନ୍ୟାୟ ପାଇଁ ଧାରଣା ଦେଇଛନ୍ତି ।ଗତ ଫେବୃଆରୀ ମାସରେ ଦୟାନଦୀ ବନ୍ଧ ବସନ୍ତପୁର ଠାରେ ମାଟି କାମକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁଁହା ମୁଁହି ପରିସ୍ଥିତି ସୃଷ୍ଟି ହୋଇଥିଲା ତେବେ ପରିସ୍ଥିତି ଉଗ୍ର ରୂପ ନେଇ ହାତାହାତି ପର୍ଯ୍ୟନ୍ତ ଯାଇଥିଲା ଏଥିରେ କିଛି ଲୋକ ଗୁରୁତ୍ତର ଆହତ ହୋଇଥିଲେ ତେବେ ଉଭୟ ପକ୍ଷରୁ ଏତଲା ହୋଇଥିଲା, ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିବା ପରିବର୍ତ୍ତେ ଅଭିଯୋଗକାରୀଙ୍କୁ ଗିରଫ କରିଛି ବୋଲି ମହାପାତ୍ର ପରିବାର ଅଭିଯୋଗ ଆଣିଛନ୍ତି । ସେପଟେ ଏତଲାକାରୀ ମହାପାତ୍ର ପରିବାରର ଆହତ ନବକିଶୋର ମହାପାତ୍ର ୧୦ ଦିନ ମେଡିକାଲରେ ଚିକିତ୍ସା ହୋଇ ଗୁରୁତ୍ତର ଆହତ ଥିଲେ ମଧ୍ୟ ପରିବାର ଓ ଗ୍ରାମବାସୀଙ୍କ ସହିତ ଡେଲାଙ୍ଗ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ସେପଟେ ନିଜ ଜୀବନ ଓ ପରିବାର ର ସୁରକ୍ଷା ପାଇଁ ଡେଲାଙ୍ଗ ଥାନା ସମ୍ମୁଖରେ ସମୂହ ଧାରଣା ଦେଉଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now