ମାନହାନି ମାମଲାରେ ରାହୁଲଙ୍କୁ ମିଳିଲା ଜାମିନ୍। ଝାଡ଼ଖଣ୍ଡର ଚାଇବାସା କୋର୍ଟ ବେଲ୍ ଦେଇଛନ୍ତି। ବିଜେପି ନେତା ପ୍ରତାପ କଟ୍ଟିହାରଙ୍କ ଦ୍ୱାରା ଏହି ମାନହାନି ମକଦ୍ଦମା ରୁଜୁ ହୋଇଥିଲା। ମାର୍ଚ୍ଚ ୨୮, ୨୦୧୮ରେ କଂଗ୍ରେସ ଅଧିବେଶନରେ ରାହୁଲ ଅମିତ ଶାହାଙ୍କ ବିରୁଦ୍ଧରେ ଏକ ବିବାଦୀୟ ବୟାନ ଦେଇଥିଲେ। ବିଜେପିର ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ।ଝାଡ଼ଖଣ୍ଡର ଚାଇବସାରେ ଏମପି-ଏମଏଲଏ କୋର୍ଟ ରାହୁଲଙ୍କୁ ଜାମିନ୍ ଦେଇଛନ୍ତି। ଏହି ମାମଲାରେ ରାହୁଲଙ୍କୁ ଅନେକ ଥର ସମନ ପଠାଯାଇଥିଲା। ଜୁନ୍ ୨୬ରେ ଅଦାଲତ ଶେଷରେ ରାହୁଲଙ୍କୁ ବ୍ୟକ୍ତିଗତ ହାଜର ନେଇ ଜାମିନବିହୀନ ଓ୍ୱାରେଣ୍ଟ ଜାରି କରିଥିଲେ। ରାହୁଲ ଗାନ୍ଧୀ ଏହା ବିରୁଦ୍ଧରେ ହାଇକୋର୍ଟରେ ଆବେଦନ ଦାଏର କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now