ବାଂଲଦେଶ ଭାରତ ବିରୋଧରେ ଭୁଲ୍ ବୟାନ ଦେଲା। କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶୀ ନେତାଙ୍କ ସହ ଶାନ୍ତିରେ ବସିରହିଲେ। ମୋଦିଙ୍କ ମୁହଁରୁ ପଦେ କଥା ବାହାରିଲାନି। ଏମିତିରେ ମୋଦିଙ୍କ ୫୬ ଇଞ୍ଚ୍ ଛାତି କୁଆଡ଼େ ଗଲା ବୋଲି ପଚାରିଛନ୍ତି ରାହୁଲ ଗାନ୍ଧୀ। ଏଭଳି ସ୍ଥିତିରେ ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କୁ ପଚରାଯାଇଥିଲା ଯେ, ଆପଣ ଡାହାଣକୁ ଯିବେ ନା ବାମକୁ। ତ ଇନ୍ଦିରା ଜବାବ ଦେଇଥିଲେ, ସେ ହିନ୍ଦୁସ୍ତାନର ପ୍ରଧାନମନ୍ତ୍ରୀ ଅଟନ୍ତି। ନା ସେ ବାମକୁ ଝୁକିବେ ନା ଡାହାଣକୁ ଟଳିବେ। ସେ ସିଧା ଛିଡ଼ା ରୁହନ୍ତି। ଆଉ ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ସିଧା ମଥା ଟେକିଦେଉଛନ୍ତି ବୋଲି ଆକ୍ଷେପ ଲଦିଛନ୍ତି ରାହୁଲ। ଅହମଦାବାଦରେ କଂଗ୍ରେସର ଅଧିବେଶନ ମଞ୍ଚରୁ ମୋଦିଙ୍କୁ ଏଭଳି ଢଙ୍ଗରେ ଟାର୍ଗେଟ କରିଛନ୍ତି ରାହୁଲ।

Naxatra News is now on Whatsapp
Join and get latest news update delivered to you via whatsapp
Join Now