ବିବାଦରେ ବାବର- କାହା ପାଖରେ କାହାର ଡିଏନଏ?

ଅଖିଳେଶ ଓ ସୁମନ ମୋଗଲଙ୍କ ଅବୈଧ ସନ୍ତାନ। ମମତା ବାନାର୍ଜୀ ତାଡ଼କା ଅସୁରୁଣୀ। ଯୋଗୀଙ୍କ କ୍ୟାବିନେଟ୍ ମନ୍ତ୍ରୀ ରଘୁରାଜ ସିଂ ବିବାଦୀୟ ବୟାନ ଦେଇଛନ୍ତି।  ଭୋଟ ବ୍ୟାଙ୍କ ଲାଗି ନିଜ ବାପାଙ୍କୁ ବାପା ନୁହେଁ, ବରଂ ବାବରକୁ ନିଜ ବାପା ବୋଲି କହିବାକୁ ଚାହାନ୍ତି। ଅଖିଳେଶ ଓ ରାମଜିଲାଲ ଭୋଟ ପାଇଁ ଅନ୍ୟକୁ ବାପା କୁହନ୍ତି। କିନ୍ତୁ ହିନ୍ଦୁ ସମାଜ ସବୁ ବୁଝିସାରିଲେଣି। ଏବେ ଭୋଟ ହେଲେ ଏମାନଙ୍କ ଅମାନତ ଉଡ଼ିଯିବ। ମୁର୍ସିଦାବାଦ ହିଂସାରେ ମମତା ତାଡ଼କାଙ୍କ ଭୂମିକା ନିର୍ବାହ କରୁଥିଲା ବେଳେ ଦିଲ୍ଲୀରେ କେଜ୍ରିଓ୍ୱାଲ ରାବଣ ରୂପରେ କାମ କରୁଛନ୍ତି। ଏ ସବୁ ରାକ୍ଷସଙ୍କୁ ବଧ କରିବାକୁ ଯୋଗୀ  ଓ ମୋଦି ଅଛନ୍ତି।ସେପଟେ ରାଣା ସାଙ୍ଗା ବିବାଦ ଭିତରେ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି ସପା ସାଂସଦ ରାମଜିଲାଲ ସୁମନ। ରାଣା ସାଙ୍ଗାଙ୍କୁ ବିଶ୍ୱାସଘାତକ କହିଥିଲେ ସୁମନ। ଆଗ୍ରାରେ ଦଳୀୟ ଅଫିସରେ ଆମ୍ୱେଦକରଙ୍କ ଜୟନ୍ତୀ ସମାରୋହରେ ସୁମନ କହିଛନ୍ତ, ଯଦି ମୁସଲମାନଙ୍କ ଭିତରେ ବାବରର ଡିଏନଏ ଅଛି। ତା ହେଲେ ତୁମ ଭିତରେ କାହାର ଡିଏନଏ ଅଛି କହି ପଚାରିଛନ୍ତି କର୍ଣ୍ଣିସେନାକୁ। ଏପ୍ରିଲ ୧୯ରେ ପାର୍ଟି ସୁପ୍ରିମୋ ଅଖିଳେଶ ଆଗ୍ରା ଆସୁଛନ୍ତି। ମୈଦାନ ପ୍ରସ୍ତୁତ ଅଛି। ଦେଖିବା କାହାର କେତେ ଦମ୍। କର୍ଣ୍ଣିସେନା ଜାଲି ସେନା। ରାଜ୍ୟସଭାରେରାମଜିଲାଲ ସୁମନ ସାଙ୍ଗାଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ଯଦିଓ ଏ ବୟାନକୁ ରାଜ୍ୟସଭାରୁ ହଟାଇ ଦିଆଯାଇଛି। ତା ସତ୍ତ୍ୱେ କର୍ଣ୍ଣିସେନା ଗଲା ଶନିବାର ରାଣାସାଙ୍ଗାଙ୍କ ଜୟନ୍ତୀରେ ଆଗ୍ରାରେ ରକ୍ତ ସ୍ୱାଭିମାନ ରାଲି ବାହାର କରିଥିଲା। ସର୍ବସାଧାରଣରେ ସଡ଼କରେ ଖଣ୍ଡା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସପାର ବିଧାୟକ ଇନ୍ଦ୍ରଜିତ୍ ସରୋଜ ହିନ୍ଦୁ ଦେବାଦେବୀଙ୍କୁ ଶକ୍ତିହୀନ ବୋଲି କହି ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି। ଯେତେବେଳେ ଭାରତକୁ ବିଦେଶୀ ଶକ୍ତି ଆସି ଲୁଟପାଟ୍ କଲେ, ମହମ୍ମଦ ଗୋରୀ ପ୍ରଥମ ଥର ଏଠାରେ ଇସଲାମୀ ଶାସନ ସ୍ଥାପନା କରିଥିଲେ। ସେତେବେଳେ ହିନ୍ଦୁ ଦେବାଦେବୀ କଅଣ କରୁଥିଲେ। ସେମାନେ ଅଭିଶାପ ଦେବାର ଥିଲା। ଅଭିଶାପ ଦେଇଥିଲେ ମୁସଲମାନ ଭସ୍ମ ହୋଇଥାଆନ୍ତେ, ମରିଥାଆନ୍ତେ ନଚେତ ଅକର୍ମଣ୍ୟ ହୋଇଥାଆନ୍ତେ। ଏହାର ଅର୍ଥ ଆମର ହିନ୍ଦୁ ଦେବାଦେବୀ ସେତିକି ଶକ୍ତିଶାଳୀ ନୁହଁନ୍ତି। ଧର୍ମ ରାଜନୀତିକୁ ନେଇ ଏବେ ବିବାଦ ଚରମସୀମାରେ। ମନ୍ଦିର ମସଜିଦ୍ ଭିତରେ ଯେମିତି ସୀମିତ ରହିଯାଉଛି ରାଜନୀତି। ବିକାଶ ବରଂ ପଛରେ ଥାଉ। ଯାହାକି ବିଡ଼ମ୍ୱନା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *