ଅହମଦାବାଦ ରଥଯାତ୍ରାରେ ଅଘଟଣ। ରଥଯାତ୍ରା ପାଇଁ ସୁସଜ୍ଜିତ ବେଶରେ ଆସିିଥିବା ୩ ହାତୀ ଅଚାନକ ନିୟନ୍ତ୍ରଣ ହରାଇ ଭିଡ଼ ଭିତରେ ପଶିଗଲେ। ହାତୀକୁ ନିୟନ୍ତ୍ରଣ କରିବାକୁ ମାହୁନ୍ତ ନାକେଦମ ହୋଇପଡ଼ିଥିଲେ। ହାତୀକୁ ଅନିୟନ୍ତ୍ରିତ ଦେଖି ଶ୍ରଦ୍ଧାଳୁ ଭୟରେ ଏପଟେ ସେପଟେ ଦୌଡ଼ିଥିଲେ। ହାତୀ ବେକାବୁ ହୋଇଯାଇଥିଲା। ଦଳାଚକଟା ସ୍ଥିତି ଉପୁଜିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଅହମଦାବାଦ ପୁଲିସର ଜବାନ ଓ ବନବିଭାଗ ସ୍ଥିତିକୁ ସମ୍ଭାଳିଥିଲେ। ଆଉ ବେକାବୁ ହାତୀଙ୍କୁ ରଥଯାତ୍ରାରୁ ବାହାର କରିଦିଆଯାଇଥିଲା। ଭଗବାନ ଜଗନ୍ନାଥଙ୍କ ୧୪୮ତମ ରଥଯାତ୍ରାରେ ହାତୀକୁ ବେକାବୁ ନେଇ ଦଳାଚକଟା ସ୍ଥିତି ଉପୁଜିବା ଆଶଙ୍କା ଟଳିଥିଲା। ହାତୀ ବେକାବୁ ପାଇଁ କିଛି ସମୟ ରଥଯାତ୍ରାକୁ ରୋକିଦିଆଯାଇଥିଲା। ରଥଯାତ୍ରା ପୂର୍ବରୁ ଅହମଦାବାଦର ଐତିହାସିକ ଜଗନ୍ନାଥ ମନ୍ଦିରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଭୂଙ୍କ ଐତିହାସିକ ଜଗନ୍ନାଥ ମନ୍ଦିରରେ ପ୍ରଭୂଙ୍କ ଦର୍ଶନ ସହ ମଙ୍ଗଳଆଳତୀ କରିଥିଲେ। ଏହା ପରେ ରଥଯାତ୍ରା ଆରମ୍ଭ ହୋଇଥିଲା। ଅହମଦାବାଦରେ ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା ଜମାଲପୁରରୁ ଆରମ୍ଭ ହୋଇ ସରସପୁର ଯାଏଁ ଗଡ଼େ।


Naxatra News is now on Whatsapp
Join and get latest news update delivered to you via whatsapp
Join Now