ମହାକୁମ୍ଭ ମେଳାକୁ ଛୁଟୁଛି ଲକ୍ଷ ଲକ୍ଷ ଲୋକଙ୍କ ସୁଅ। ଦେଶ ବିଦେଶରୁ ଶ୍ରଦ୍ଧାଳୁମାନେ ଆସି ବୁଡ ପକାଉଥିବା ଦେଖିବାକୁ ମିଳିଛି। କଳା ପୋଷାକ ପିନ୍ଧି ମହାକୁମ୍ଭରେ ପହଞ୍ଚିଲେ ରେମୋ ଡିସୁଜା। ସଙ୍ଗମରେ ପକାଇଲେ ବୁଡ। ଭିଡିଓ ଦେଖି ପ୍ରଶଂସକ ମଧ୍ୟ ହେଲେ ଆଶ୍ଚର୍ଯ୍ୟ। ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ବୁଡ ପକାଇବାକୁ ଆସିଥାନ୍ତି। ଏହି ମହାକୁମ୍ଭରେ ଫିଲ୍ମ ତାରକା, ବଡ ନେତା ଏବଂ ଅନେକ ପ୍ରସିଦ୍ଧ ବ୍ୟକ୍ତି ମଧ୍ୟ ପହଞ୍ଚି ବୁଡ ପକାଉଛନ୍ତି। ନିକଟରେ ଅନୁପମ ଖେର, ଗୁରୁ ରନ୍ଧୱା ସଙ୍ଗମରେ ବୁଡ ପକାଇଥିଲେ। ଶନିବାର ବଲିଉଡ କୋରିଓଗ୍ରାଫର ରେମୋ ଡି ସୁଜା ମଧ୍ୟ ବୁଡ ପକାଇଛନ୍ତି। ଏହି ମହାକୁମ୍ଭରେ ମଧ୍ୟ ତାଙ୍କ ପତ୍ନୀଙ୍କୁ ଦେଖିବାକୁ ମିଳିଛି। ପରେ ରେମୋ ସ୍ୱାମୀ କୈଳାଶାନନ୍ଦ ଗିରି ମହାରାଜଙ୍କ ପ୍ରବଚନ ଶୁଣି ଆର୍ଶୀବାଦ ନେଇଥିଲେ।
ସଙ୍ଗମରେ ପହଞ୍ଚି ନିଜ ବେଶ ବଦଳାଇବା ସହ ନିଜ ମୁହଁକୁ କଳା କପଡାରେ ଢାଙ୍କି ରଖିଥିଲେ। ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇପଡିଥିଲା। ହେଲେ ଜଣେ ମହିଳା ତାଙ୍କୁ ଚିହ୍ନି ନେଇଥିଲେ। ସେ ସଙ୍ଗମ ପାଖରେ ଥିବା ସିଡି ଦେଇ ଯାଉଥିବା ବେଳେ ତାଙ୍କୁ ଜଣେ ମହିଳା ଦେଖି ଜାଣିପାରିଥିଲେ ଯେ , ସେ ବଲିଉଡ କୋରିଓଗ୍ରାଫର ରେମୋ ଡି ସୁଜା ବୋଲି। ରେମୋଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ରେମୋ ଅଟକି ନଥିଲେ। ସେପଟେ ନିଜର ଫଟୋ ଓ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ତାଙ୍କ ସହ ପତ୍ନୀ ଲିଜେଲ ଥିବା ମଧ୍ୟ ଦେଖିବାକୁ ମିଳିଛି। କଳା ପୋଷାକ ପିନ୍ଧା ହାତରେ ବ୍ୟାଗ ଧରି ଚାଲି ଯାଉଥିବା ଦେଖିବାକୁ ମିଳିଛି। ଡଙ୍ଗାରେ ବସି ମହାକୁମ୍ଭର ଦୃଶ୍ୟକୁ ଉପଭୋଗ କରିଥିଲେ। ଏହାସହ ରେମୋ ଜଣେ ସାଧାରଣ ଭକ୍ତଙ୍କ ଭଳି ମହାକୁମ୍ଭରେ ନଜର ଆସିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now