ୟୁକ୍ରେନ ଉପରେ ହମଲାକୁ ଆହୁରି ଜୋରଦାର କରିଛି ରୁଷ। ୟୁକ୍ରେନର କେନ୍ଦ୍ରୀୟ ଅଞ୍ଚଳରେ ଆଜି ରୁଷ ପକ୍ଷରୁ ବାଲାଷ୍ଟିକ ମିସାଇଲ ଦ୍ୱାରା ଆକ୍ରମଣ କରାଯାଇଛି। ରୁଷର ଦୁଇଟି ମିସାଇଲ ମାଡ଼ରେ ଏଠାରେ ଥିବା ଗୋଟିଏ ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ ଛିନଛତ୍ର ହୋଇଛି। ଏଥିରେ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୮୦ ଜଣ ଆହତ ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କି କହିଛନ୍ତି।
ୟୁକ୍ରେନର ସେଣ୍ଟ୍ରାଲ ପୋଲଟାଭା ଅଞ୍ଚଳରେ ଋଷ ଏହି ବଡ଼ ଆକ୍ରମଣ କରିଛି। ରକେଟ ମାଡ଼ରେ ଇନଷ୍ଟୁଚ୍ୟୁଟ୍ ଅଫ୍ କମ୍ୟୁନିକେଶନ ବିଲ୍ଡିଂରେ ଗୋଟିଏ ପାର୍ଶ୍ୱ ଭାଙ୍ଗି ଯାଇଥିବା ବେଳେ ଏଥିରେ ଅନେକ ଲୋକ ଫସି ରହିଥିଲେ। ଏମାନଙ୍କୁ ମଧ୍ୟରୁ ଅଧିକଂଶ ଲୋକଙ୍କୁ ଉଦ୍ଧାର କରାଯାଇଛି।
ମିଡିଆ ରିପୋର୍ଟ ଅନୁସାରେ, ମିଶାଇଲ ମାଡ଼ ପୂର୍ବରୁ ଏୟାର ସାଇରନ ବାଜିଥିଲା। ଏହାପରେ ଲୋକମାନେ ଏଥିରୁ ବଞ୍ଚିବା ପାଇଁ ଗୁମ୍ଫା ଭିତରେ ପଶି ଯାଇଥିଲେ। ତେବେ ୟୁକ୍ରେନ୍ ଏହି ଆକ୍ରମଣକୁ ନିନ୍ଦା କରିବା ସହିତ ଏହା ନିଷ୍ଠୁର ହତ୍ୟା ବୋଲି କହିଛି। ଦୁର୍ଘଟଣାରେ ପୀଡ଼ିତଙ୍କ ମଧ୍ୟରୁ ୨୫ ଉଦ୍ଧାରକାରୀ ଦଳ ଓ ମେଡିକାଲ ଟିମ୍ ଉଦ୍ଧାର କରିଛନ୍ତି। ୧୧ ଜଣଙ୍କୁ ବିଲ୍ଡିଂର ଅଳିଆ ଭିତରୁ ବାହାର କରାଯାଇଛି। ଏବେ ବି କିଛି ଲୋକ ଅଳିଆ ଭିତରେ ଫସି ରହିଥିବା କୁହାଯାଉଛି। ସୋମବାର ମଧ୍ୟ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ରିଜନାଲ ଗଭର୍ଣ୍ଣର ଇଭାନ ଫେଡୋରୋଭଙ୍କ ଅନୁଯାୟୀ ଗତ ଦୁଇ ଦିନ ମଧ୍ୟରେ ୟୁକ୍ରେନ ୧୧ ଟି ଜନବହୁଳ ସ୍ଥାନରେ ୩୧୩ ଟି ଆକ୍ରମଣ ଏବଂ ଗୁଳି ବିନିମୟ କରାଯାଇଛି। ମିସାଇଲ ଆଟାକାରେ ଏହି ଅଞ୍ଚଳଗୁଡିକରେ ୟୁକ୍ରେନ୍ର ପ୍ରଶାସନିକ କେନ୍ଦ୍ର ଜାପୋରିଝିଝିଆ ସହର ସମେତ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now