ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା ପୂର୍ବତନ ସରଧନା ବିଧାୟକ ସଙ୍ଗୀତ ସୋମ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ‘ମୋଗଲ ଶାସନର ଶେଷ ବାଦଶାହ’ ଅଟନ୍ତି। ଆଗାମୀ ଦିନରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାର ସ୍ଵପ୍ନ ଦେଖିବା ଭୁଲିଯାଆନ୍ତୁ ବୋଲି କହିଛନ୍ତି ସଙ୍ଗୀତ ସୋମ। ସେ ଜୀବନ ତମାମ ୟୁପିର ଆଉ ମୁଖ୍ୟମନ୍ତ୍ରୀ ହୋଇପାରିବେନି। ଅଖିଳେଶ କେଉଁ ମୁହଁରେ ପିଡିଏ କଥା କହୁଛନ୍ତି। ପିଡିଏର କୌଣସି କାମ କରୁଛନ୍ତି ଯେ, ଅଖିଳେଶ ଏହାକୁ ବାରମ୍ୱାର ଦୋହରାଉଛନ୍ତି ବୋଲି କଟାକ୍ଷ କରିଛନ୍ତି ସଙ୍ଗୀତ। ପିଡିଏର ଅର୍ଥ ହେଉଛି ପାକିସ୍ତାନ ଡେଭେଲପମେଣ୍ଟ ଅଥୋରିଟି। ସଙ୍ଗୀତ ସୋମଙ୍କ ଏହି ବକ୍ତବ୍ୟ ଉପରେ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ପ୍ରବକ୍ତା ସୁରେନ୍ଦ୍ର ରାଜପୁତ ଭାଜପା ଉପରେ ଅଭିଯୋଗ କରି କହିଛନ୍ତି ଯେ ବିପକ୍ଷ ନେତାଙ୍କ ଛବିକୁ ଖରାପ କରିବା ପାଇଁ ଏହି ପ୍ରକାର ଅପମାନଜନକ ବକ୍ତବ୍ୟ ଦିଆଯାଉଛି। ଏହା ପୂର୍ବରୁ ମାର୍ଚ୍ଚ ୨୦୨୫ରେ ସଙ୍ଗୀତ ସୋମ ଅଖିଲେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୋଗଲ ଶାସକ ଔରଙ୍ଗଜେବଙ୍କ ସହିତ ତୁଳନା କରିଥିଲେ। ଏହାକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ଭାଜପା ସେହି ସମସ୍ତ ମନ୍ଦିରକୁ ପୁନର୍ନିର୍ମାଣ କରିବ ଯେଉଁମାନେ ପୂର୍ବରୁ ମସଜିଦ୍ ତିଆରି ପାଇଁ ଭାଙ୍ଗି ଦିଆଯାଇଥିଲା। ସଙ୍ଗୀତ ସୋମ ଅଖିଲେଶ ଯାଦବଙ୍କୁ ‘ମୌସମୀ ହିନ୍ଦୁ’ ବୋଲି ମଧ୍ୟ କଟାକ୍ଷ କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now