ଅଜଗର ପେଟରୁ ବାହାରିଲା ମହିଳାଙ୍କ ମୃତଦେହ

Spread the love

ଏକ ୧୬ ଫୁଟ ଲମ୍ବ ଅଜଗର ସାପ ପେଟରୁ ବାହାରିଛି ଜଣେ ମହିଳାଙ୍କ ମୃତଦେହ। ୩ ଦିନ ଧରି ନିଖୋଜ ରହିବା ପରେ ମହିଳାଙ୍କ ମୃତଦେହ ଏକ ଅଜଗର ପେଟରୁ ବାହାରିଛି। ଘଟଣାଟି ଇଣ୍ଡୋନେସିଆର ଦକ୍ଷିଣ ସୁଲାୱେସି ପ୍ରଦେଶ ଅନ୍ତର୍ଗତ କାଲେମପାଙ୍ଗ ଗ୍ରାମର। ଅଜଗରଟି ମହିଳାଙ୍କୁ ଗୋଟା ଗିଳି ଦେଇଥିଲା। ମହିଳାଙ୍କ ସ୍ୱାମୀ ବହୁ ଖୋଜାଖୋଜି କରିବା ପରେ ତାଙ୍କ ପତ୍ତା ପାଇ ନ ଥିଲେ। ଶେଷରେ ସେ ଘର ନିକଟରେ ଏକ ଅଜଗରକୁ ଦେଖିବାକୁ ପାଇଥିଲେ। ତାଙ୍କର ସନ୍ଦେହ ହେବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଜଗରକୁ କାବୁ କରାଯାଇଥିଲା। ପରେ ଅଜଗର ପେଟରୁ ମହିଳାଙ୍କୁ ବାହାର କରାଯାଇଥିଲା। ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା।

Leave a Reply

Your email address will not be published. Required fields are marked *