+୨ ଛାତ୍ର ପ୍ରେମରେ ପିଲା-ପତିଙ୍କୁ ଛାଡ଼ିଲେ- ଧର୍ମ ବି ବଦଳାଇଦେଲେ

ପ୍ରେମ ବାସ୍ତବରେ ଅନ୍ଧ। ଏ କଥାର ନିଛକ ନଜିର ଦେଖିବାକୁ ମିଳିଛି ୟୁପିର ଅମରୋହାରେ। ତିନି ପିଲାର ମାଆ ଜଣେ ପ୍ଲସ-ଟୁ ଛାତ୍ର ପ୍ରେମରେ ପଡ଼ି ସ୍ୱାମୀ ଓ ପିଲାଙ୍କୁ ଛାଡ଼ିଦେଲେ। ମୁସଲିମ ସମ୍ପ୍ରଦାୟର ୨୬ ବର୍ଷୀୟା ଶବନମ ମନ୍ଦିରରେ ବିବାହ କରି ନିଜ ଧର୍ମକୁ ବି ତ୍ଯାଗ କରିଦେଲେ। ନିଜର ଦ୍ୱିତୀୟ ସ୍ୱାମୀଙ୍କଠୁ ତଲାକ ନେଇ ତୃତୀୟ ଥର ପ୍ରେମିକ ଶିବାଙ୍କୁ ବିବାହ କରିଛନ୍ତି। ଶିବାଙ୍କ ବୟସ ମାତ୍ର ୧୭। ଆଉ ବିବାହ ପରେ ଏବେ ଶବନମ ପାଲଟିଛନ୍ତି ଶିବାନୀ। ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ଶବନମ। ପୂର୍ବରୁ ୨ ଥର ନିକାହ କରିଥିଲେ ଶବନମ୍। ପ୍ରେମିକ ପାଇଁ ପାଗଳ ଥିବା ଶବନମ ନିଜର ଦ୍ୱିତୀୟ ସ୍ୱାମୀ ଓ ୩ ପିଲାଙ୍କୁ ବି ଛାଡ଼ିଦେଇଛନ୍ତି। ପ୍ରଥଣ ନିକାହ ଆଲିଗଡ଼ରେ ହୋଇଥିଲା। ସେ ବିବାହ ତୁଟିବା ପରେ ଦ୍ୱିତୀୟ ନିକାହ ୮ ବର୍ଷ ପୂର୍ବରୁ ଅମରୋହାର ସୈଦନଗରୀରେ ହୋଇଥିଲା। ଦ୍ୱିତୀୟ ପତିଙ୍କଠୁ ୩ ସନ୍ତାନ ହୋଇଥିଲେ। କିନ୍ତୁ ବର୍ଷକ ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଦ୍ୱିତୀୟ ସ୍ୱାମୀ ଗୁରୁତର ଆହତ ହୋଇଥିଲେ। ଏଭଳି ସ୍ଥିତିରେ ପଡ଼ୋଶୀରେ ରହୁଥିବା ଶିବା ସହ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ଏ ମାମଲାକୁ ନେଇ ପଞ୍ଚାୟତ ବି ବସିଥିଲା। ପଞ୍ଚାୟତ ସ୍ଥିର କରିଥିଲା ଯେ, ଶବନମ ଯାହା ସହ ରହିବାକୁ ଚାହୁଁଛି, ତାଙ୍କ ସହ ରହିବେ। ଶବନମ ଏ ବିବାହକୁ ନେଇ ବେଶ୍ ଖୁସି ଅଛନ୍ତି। ସେ ସାବାଳିକା। ନିଜସ୍ୱ ନିଷ୍ପତ୍ତି ନେବାକୁ କେହି ହସ୍ତକ୍ଷେପ କରିପାରିବେନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *