ପ୍ରେମରେ ବିଫଳତାର କରୁଣ ପରିଣତି। ଜୀବନ ହାରିଦେଲେ ପ୍ରେମୀ ଯୁଗଳ। ୨୪ ବର୍ଷର ଶିକ୍ଷକଙ୍କ ସହ ପ୍ରେମରେ ପଡ଼ିଥିବା ୧୪ ବର୍ଷର ଛାତ୍ରୀ ଏକ ଓୟୋ ହୋଟେଲରେ ବିଷ ପିଇ ଜୀବନ ହାରିଛନ୍ତି। ଆଲିଗଡ଼ର ଏକ ଓୟୋ ହୋଟେଲକୁ ସକାଳେ ଆସିଥିଲେ ପ୍ରେମୀଯୁଗଳ। ସକାଳେ ହୋଟେଲରେ ପହଞ୍ଚି ଦୁହେଁ ପରସ୍ପରର ବନ୍ଧୁ ବୋଲି ପରିଚୟ ଦେଇଥିଲେ। କିନ୍ତୁ ସଂଧ୍ୟା ସୁଦ୍ଧା ରୁମରୁ ନ ବାହାରିବାରୁ ହୋଟେଲ ମ୍ୟାନେଜର ସନ୍ଦେହରେ ଦ୍ନୁଆର ଖୋଲିବାରୁ ଦୁହେଁ ଆତ୍ମହତ୍ୟା କରିଦେଇଥିଲେ। ହୋଟେଲ ରୟାଲ ରେସ୍ପାଇଟ୍ ଭିତରୁ ଶିକ୍ଷକ ଓ ନାବାଳିକା ଛାତ୍ରୀର ମୃତ ଦେହ ଉଦ୍ଧାର କରିଛି ପୁଲିସ। ମୃତ ଯୁବକଙ୍କ ନାଁ ଚନ୍ଦ୍ରଭାନ। ଛାତ୍ରୀ ଜଣକ ତାଙ୍କ ପାଖରେ ଟ୍ୟୁସନ ପଢ଼ୁଥିଲେ। ନାବାଳିକା ଛାତ୍ରୀ ଜଣକ ନବମରେ ପଢୁଥିଲେ। ଦୁହିଁଙ୍କ ଭିତରେ ଚାଲିଥିବା ପ୍ରେମସମ୍ପର୍କ ବାବଦରେ ପରିବାର ଲୋକେ ଜାଣିସାରିଥିଲେ। ଏହା ପରେ ଚନ୍ଦ୍ରଭାନ ପାଖରେ ଟ୍ୟୁସନ ପଢ଼ୁଥିବା ଛାତ୍ରୀଙ୍କୁ ଆଉ ଛଡ଼ାଗଲାନି। ତଥାପି ଦୁହେଁ ସ୍କୁଲରେ ପରସ୍ପରକୁ ଭେଟୁଥିଲେ। କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ଦୁହେଁ ଏକାଠି ରହିବାକୁ ଅଡ଼ି ବସିଥିଲେ। ସେଥିଲାଗି ଦୁହେଁ ହୋଟେଲରେ ଭେଟିବାକୁ ମନସ୍ଥ କରିଥିଲେ। ଆଉ ଶେଷରେ ବିଷ ପିଇ ଆତ୍ମହତ୍ୟା କରିଦେଲେ। ବିଷ ପିଇବା ପରେ ସାଙ୍ଗକୁ ଭିଡିଓ କଲ୍ କରି ଯୁବକ ଜଣକ ସବୁ କହିଥିଲେ। ପୁଲିସ ଶବ ବ୍ୟବଛେଦ ଲାଗି ପଠାଇବା ସହ ଏହାର ତଦନ୍ତ ଜାରି ରଖିଛି। ନାଁ ବଦଳାଇ ଜାଲି ଆଧାର କାର୍ଡ ଦେଖାଇ ରୁମ୍ ବୁକ୍ କରିଥିଲେ ଛାତ୍ରୀ। ସାବାଳିକା ବୋଲି ଦର୍ଶାଇବାକୁ ଏଭଳି କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now