ବିଗିଡିବାରେ ଲାଗିଛି ସୁନିତା ୱିଲିୟମ୍ସଙ୍କ ସ୍ବାସ୍ଥ୍ୟାବସ୍ଥା

ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଫସି ରହିଥିବା ସୁନିତା ୱିଲିୟମ୍ସଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ନୂଆ ଫଟୋ ଦେଖି ସ୍ପଷ୍ଟ ଅନୁମାନ କରିହେଉଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରଭାବିତ ହୋଇଥିବା ଫଟୋରୁ ସ୍ପଷ୍ଟ ବାରି ହେଉଛି । ସେ ହସହସ ଦେଖା ଯାଉଥିଲେ ବି ତାଙ୍କ ଚେହେରା ମଳିନ ପଡ଼ିଛି । ଯାହାକୁ ନେଇ ନାସାକୁ ଭୟ ଘାରିଛି ।ନାସା ରିଲିଜ କରିଥିବା ଫଟୋରେ ସୁନିତା ନିଜ ସାଙ୍ଗ ସହିତ ପିଜା ଏବଂ ଚିପ୍ସ ଖାଉଥିବାର ନଜର ଆସିଛନ୍ତି । ସୁନିତା ସ୍ପେସଫ୍ଲାଇଟ ଆସୋସିଏଟେଡ ନ୍ୟୁରୋ ଆକୁଲର ସିଣ୍ଡ୍ରୋମ ( SANS)ରୋଗରେ ପୀଡିତ । ଏଭଳି ସ୍ଥିତିରେ ସୁନିତାଙ୍କ ଆଖି ଏବଂ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡୁଛି ।

ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ସାଥୀ ବେରି ୱିଲମୋର ଜୁନ ୬ ତାରିଖରୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଫସି ରହିଛନ୍ତି । ସେମାନେ ୮ ଦିନ ପାଇଁ ଯାଇଥିଲେ । ୧୫୦ ଦିନରୁ ଅଧିକ ସମୟ ବିତାଇଲେଣି । ୫୯ ବର୍ଷୀୟ ସୁନିତା ୱିଲିୟମ୍ସ ଓ ସାଥୀ ୱିଲମୋର ଗତ ଜୁନ ୫ରେ ମହାକାଶକୁ ଯାତ୍ରା କରିଥିଲେ । ସେପ୍ଟେମ୍ବର ୯ରେ ସେମାନେ ସ୍ପେସ୍ ଷ୍ଟେସନରେ ଲଞ୍ଚ କରିଥିଲେ । ଥରକୁ ଥର ଘୁଞ୍ଚୁଛି ତାଙ୍କ ଫେରିବା ତାରିଖ । ଫଳରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *