ଟ୍ରେନ୍ ଚକର ଉପର ଭାଗରେ ଶୋଇ ଜଣେ ଯାତ୍ରୀ ଯାତ୍ରା କରିବା ସମ୍ଭବ କି। ଏହା ହୁଏତ ଅନେକଙ୍କ କଳ୍ପନା ବାହାରର କଥା ଲାଗିପାରେ। କିନ୍ତୁ ଏଭଳି ବିପଦସଙ୍କୁଳ ଭାବେ ଯାତ୍ରା କରିଛନ୍ତି ଜଣେ ଯୁବକ। ତା ପୁଣି ୨୯୦ କିଲୋମିଟର। ମଧ୍ୟପ୍ରଦେଶର ଜବଲପୁରରୁ ଆଶ୍ଚର୍ଯ୍ୟଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଦାନାପୁର ଏକ୍ସପ୍ରେସର ଏକ କୋଚ୍ ତଳେ ଲୁଚିକି ୨୯୦ କିଲୋମିଟର ଯାତ୍ରା କରିଥିଲା ଯୁବକ ଜଣକ। ଟ୍ରେନ୍ ରୋକି ତାକୁ ତଳୁ ବାହାରିବାକୁ ଅନ୍ୟ ଯାତ୍ରୀ କହିବା ସତ୍ତ୍ୱେ ସେ ଶୁଣିନଥିଲା। ତେବେ ରେଳବିଭାଗ ଯେତେବେଳେ ଏଭଳି ଯାତ୍ରୀଙ୍କ ବାବଦରେ ସୂଚନା ପାଇଲା। ରେଲଓ୍ୱେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାରୁ ବାଧ୍ୟ ହୋଇ ବାହାରକୁ ବାହାରିଥିଲା ଯୁବକ ଜଣକ। ତାକୁ ପଚରାଉଚୁରା ପାଇଁ ରେଳବାଇ ପୁଲିସ ନେଇଛି। ଜବଲପୁର ରେଲଓ୍ୱେ ଷ୍ଟେସନର ଘଟଣା। ଟ୍ରେନ୍ ନମ୍ୱର ୧୨୧୪୯ ପୁଣେ ଦାନାପୁର ଏକ୍ସପ୍ରେସରେ ତଳେ ଝୁଲିକି ରହିଥିବା ଯାତ୍ରୀ ଉପରେ ସମସ୍ତଙ୍କ ନଜର ପଡ଼ିବା ମାତ୍ରେ ହୋସ୍ ଉଡ଼ିଯାଇଥିଲା। ଯେତେବେଳେ ଟ୍ରେନର ରେଲିଂ ଓ ଅଣ୍ଡର ଗିୟରର ଯାଞ୍ଚ ଚାଲୁଥିଲା, ସେତିକିବେଳେ ଯୁବକ ଉପରେ ଅନ୍ୟ ଯାତ୍ରୀଙ୍କ ନଜର ପଡ଼ିଥିଲା। କୋଚ୍ ତଳେ ଥିବା ଟ୍ରଲିରେ ଶୋଇଥିଲା ଯୁବକ ଜଣକ। ସଂପୃକ୍ତ ଯୁବକ ଇଟାରସି ଷ୍ଟେସନରୁ ଏମିତି ଆସିଛି। ପ୍ରାୟ ୨୯୦ କିଲୋମିଟର ବିପଦସଙ୍କୁଳ ଅବସ୍ଥାରେ ଆସିଥିବା ଦେଖି ସମସ୍ତେ ତାଜୁବ୍ ହୋଇଯାଇଥିଲେ। ବିନା ଟିକଟରେ ଯାତ୍ରା କରିବାକୁ ଏମିତି କରିଥିଲା ନା ଆଉ କିଛି, ତାହାର ଖୋଳତାଡ଼ କରୁଛି ରେଲବାଇ ପୁଲିସ।
Naxatra News is now on Whatsapp
Join and get latest news update delivered to you via whatsapp
Join Now